Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

କୃଷକମାନଙ୍କ ଦୁଃଖ ଦୂର କରିବାକୁ ହାତ ବର୍ଢେଇଲେ :ଅମିତାଭ ବଚନ୍

0

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୩୩୦ରୁ ଅଧିକ କୃଷକଙ୍କ ଋଣ ପରିଶୋଧ କରିବା ପରେ ଏବେ ଉତର ପ୍ରଦେଶର କୃଷକଙ୍କ ଋଣ ସୁଝିବେ ବୋଲି କହିଛନ୍ତି । ତେବେ ଉତରପ୍ରଦେଶର ୧୩୯୮ ଜଣ କୃଷକଙ୍କର ପାଖାପାଖି ୪ କୋଟି ଟଙ୍କା ଋଣ ସୁଝିବେ ବୋଲି କହିଛନ୍ତି । ଏଥିପାଇଁ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ୱାନ ଟାଇମ ସେଟଲେମେଂଟ ପ୍ଲାନ ଚୁକ୍ତି କରିଛନ୍ତି ଅର୍ଥାତ୍ ସେ ଗୋଟିଏ ଥରରେ ସବୁ ଋଣ ପରିଶୋଧ କରିବେ ବୋଲି କହିଛନ୍ତି ।

ଅମିତାଭ ବଚ୍ଚନ ୭୦ ଜଣ କୃଷକଙ୍କୁ ମୁମ୍ବାଇ ଆସି ବ୍ୟାଙ୍କରୁ ନିଜ ଋଣ ପୈଠ ଲେଟର ନେବା ପାଇଁ ନିମନ୍ତ୍ରଣ କରିଛନ୍ତି । ତେବେ ନଭେମ୍ବର ୨୬ରେ ବିଗ୍ ବି ନିଜେ ଏକ କାର୍ଯ୍ୟକ୍ରମରେ କୃଷକଙ୍କୁ ଏହି ଲେଟର ଦେବେ । ମୁମ୍ବାଇ ଆସିବା ପାଇଁ ସେ କୃଷକମାନଙ୍କ ପାଇଁ ମଧ୍ୟ ଟ୍ରେନର ସମ୍ପୂର୍ଣ୍ଣ ବଗି ବୁକ୍ କରି ସାରିଛନ୍ତି । ଫଳରେ ସବୁ କୃଷକ ମୁମ୍ବାଇ ପର୍ଯ୍ୟନ୍ତ ସୁବିଧାରେ ସଫଳ ଯାତ୍ରା କରି ପାରିବେ ।

Blank space

ପୂର୍ବରୁ ଅମିତାଭ ମହାରାଷ୍ଟ୍ରର ୩୫୦ କୃଷକଙ୍କ ଋଣ ପରିଶୋଧ କରିଥିଲେ । ଏହା ସହ ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗେଇ ଥିଲେ । ଗତ କିଛି ଦିନ ପୂର୍ବରୁ ଅମିତାଭଙ୍କ ଶୋ କୌନ ବନେଗା କରୋଡପତିରେ ମହାରାଷ୍ଟ୍ରର ଜଣେ କୃଷକ ଅନନ୍ତ କୁମାର ଆସିଥିଲେ । ଅନନ୍ତଙ୍କର ଦୁଃଖ କଷ୍ଟରେ ଚାଲିଥିବା ଜୀବନୀ ଶୁଣି ସେ ସମ୍ପୂର୍ଣ୍ଣ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ ।

Mo sapath

Leave A Reply

Your email address will not be published.