ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କରକମଳରେ ଉଦ୍ଘାଟନ ହେଲା କଟକରେ ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା ଉତ୍ସବ। ଚଳିତ ବର୍ଷର ବାଲିଯାତ୍ରା ଉତ୍ସବ ୪୪ ଏକର ଜମିରେ ହୋଇଛି ଓ ଏଠାରେ ୧୩୦୦ ରୁ ଅଧିକ ଷ୍ଟଲ ଦଖିବାକୁ ମିଳିବ। ଷ୍ଟଲ ଗୁଡିକରେ ଘରକରଣା ଜିନିଷ ଠାରୁ ଆରମ୍ଭ କରି ଇଲକ୍ଟ୍ରୋନିକସ୍ ଓ ବିଭିନ୍ନ ପ୍ରକାରର ଵସ୍ତ୍ର ମିଳିବ। ଏହା ସହିତ ଦର୍ଶକଙ୍କୁ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ମଧ୍ୟ ଦଖିବାକୁ ମିଳିବ । ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟର ବ୍ୟବସ୍ଥା ହୋଇଛି।
