Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି….

0

ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି ପାଇଁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯିବାରୁ ରାଜ୍ୟ ସରକାର ଏବେ ଲିଗାଲ୍ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ବୋଲି ବିଜେପିର  ଅଭିଯୋଗ। ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଶକ୍ତି କ୍ଷେତ୍ରକୁ ସଚିବ ହେମନ୍ତ କୁମାର ଶର୍ମା  ରାହୁ। ପରି ଗ୍ରାସ କରିବା   ସହ ଅନୈତିକ ଭାବରେ ଅନାମଧ୍ୟେୟ କମ୍ପାନୀ ହାତରେ ‘ସେସୁ’କୁ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।“ଦକ୍ଷ ଅଫିସର ବୋଲାଉଥିବା ଶ୍ରୀ ଶର୍ମା କାହିଁକି ଏପରି ଗଳାବାଟ ଖୋଜି ବେନାମୀ କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାର ଦୁଇ ନମ୍ବର କାରବାର୍ କରି ‘ଇଣ୍ଡିଆ ପାୱାର’, ଫେଡକୋ ଭଳି କମ୍ପାନୀମାନଙ୍କ ହାତରେ ୨୪ ଲକ୍ଷ ବିଜୁଳି ଗ୍ରାହକମାନଙ୍କ ଭାଗ୍ୟକୁ ବିକ୍ରି କରିଛନ୍ତି, ଯାହାକୁ ବିଜେପି ବିରୋଧ କରୁଛି। ଏହି ଷଡ଼ଯନ୍ତ୍ର ଉପରେ ବିଜେପି ପ୍ରଶ୍ନ ଉଠାଇବାରୁ ଉଦ୍ଦେଶ୍ୟମୂଳକ ଭାବେ ଏକ ଲିଗାଲ୍ ନୋଟିସ୍ ପଠାଇବା ସହ ରାଜ୍ୟସରକାର ନାଲି ଆଖି ଦେଖାଇ ଭୟଭୀତ କରି ଚୋରି ଉପରେ ସିନାଜୋରି ନୀତି ଆପଣାଉଛନ୍ତି” ବୋଲି ଡ.ସାମନ୍ତସିଂହାର କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ମେକ୍ ଇନ୍ ଓଡିଶା କନକ୍ଳେଭରେ ୪ ହଜାର ଘରୋଇ କମ୍ପାନୀ ରାଜ୍ୟରେ ପୁଞ୍ଜି ନିବେଶ କରିଥିଲେ ତେବେ ପାୱାର ସେକ୍ଟରରେ କେତୋଟି କମ୍ପାନୀ ଆସିଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଦେଶରେ ଟାଟା ପାଫ୍ୱାର, ରିଲାଏନ୍ସ, ଟରେଣ୍ଟ , ସିସ୍କୋଙ୍କ ସମେତ ଅନେକ ବଡ ବଡ କମ୍ପାନୀ ଥାଇ ସୁଦ୍ଧା ‘ସେସୁ’କୁ ଇଣ୍ଡିଆ ପାୱାର, ଫେଡକୋ ଭଳି ସଂସ୍ଥାକୁ ବଢାଇ ଦେବାର ଭିତିରି ଉଦ୍ଦେଶ୍ୟ କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମେକ ଇନ ଓଡ଼ିଶା ସଂପୂର୍ଣ୍ଣଭାବେ ଫେଲ୍ ମାରିଛି ଏବଂ ସେସୁକୁ ଅନାମଧ୍ୟେୟ କଂପାନୀ ହାତକୁ ଟେକି ଦେଇ ହେମନ୍ତ ଶର୍ମା ବିଜେଡି ନିର୍ବାଚନୀ ପାଣ୍ଠି ଆଦାୟ କରୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିବା ସେ କହିଛନ୍ତି।
‘ଇଣ୍ଡିଆ ପାୱାର’ କମ୍ପାନୀ ବିହାରର ଗୟା ସହରରେ ୮୦ ହଜାର ଲୋକଙ୍କ ବିଜୁଳି ବିତରଣ କରିବା ପାଇଁ ୨୦ବର୍ଷର କଣ୍ଟ୍ରାକ୍ଟ ନେଇଥିଲା କିନ୍ତୁ ୪ ବର୍ଷରେ କଣ୍ଟ୍ରାକ୍ଟ ପୂରଣ କରିନପାରିବାରୁ ବିହାର ସରକାର ସମୟ ଅବଧି ପୂର୍ବରୁ ସେ କମ୍ପାନୀକୁ ବାହାର କରିଦେଇଥିଲେ। ସେହିପରି ଫେଡକୋର ମୂଳ କମ୍ପାନୀ ହେଉଛି ‘ଫିଡବ୍ୟାକ୍ ଇନଫ୍ରା’। ମିଥ୍ୟା ତଥ୍ୟ ଦେଇଥିବାରୁ ଏହାକୁ ବିଶ୍ୱବ୍ୟାଙ୍କ ଭର୍ତ୍ସନା କରିଥିଲେ। ଶକ୍ତି ସଚିବ ହେମନ୍ତ ଶର୍ମା କଣ ଏକଥା ଜାଣିନାହାନ୍ତି ନା ଜାଣିଶୁଣି ଏଭଳି କମ୍ପାନୀରୁ ଅନୁକମ୍ପା ଦେଖାଉଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗରେ ଜାଣିଶୁଣି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲା ଭଳି ନିୟମ ତିଆରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

Mo sapath

Leave A Reply

Your email address will not be published.