Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଆସନ୍ତା ଡିସେମ୍ବର ୩୦ ତାରିଖରେ “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମହିଳାମାନଙ୍କୁ ରୋଜଗାରକ୍ଷମ, ଶିକ୍ଷିତ ଏବଂ ସଶକ୍ତ କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଟା ଭିଡ଼ିଛନ୍ତି ।

0

ଭୁବନେଶ୍ୱର,   ନିରପେକ୍ଷ ଖବର:    ୨୮ ଡିସେମ୍ବର, ୨୦୧୮- ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁସାରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନ ସେବା କେନ୍ଦ୍ରମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର) କାର୍ଯ୍ୟକ୍ରମ ଆଧାରରେ ସ୍ଥାପନ କରି ଓଡ଼ିଶାର ମହିଳାମାନଙ୍କୁ ରୋଜଗାରକ୍ଷମ, ଶିକ୍ଷିତ ଏବଂ ସଶକ୍ତ କରିବାକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଟା ଭିଡ଼ିଛନ୍ତି । ସାମାଜିକ ଏବଂ ପର୍ଯ୍ୟାବରଣଗତ ସକରାତ୍ମକ ପରିବର୍ତନ ଆଣିବା ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ବେଶ୍ ପରିଚିତ । ଏହାକୁ ଧ୍ୟାନରେ ରଖି ତିନି ତୈଳ ବିପଣନ କମ୍ପାନି ଓଡ଼ିଶାର ମହିଳାମାନଙ୍କ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବାକୁ ଅଗ୍ରସର ହୋଇଛନ୍ତି ।
ତୈଳ ବିପଣନ କଂପାନୀମାନଙ୍କ ଦ୍ୱାରା ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତି ସ୍ୱର୍ଣ୍ଣପ୍ରଭା ସିଂ, ସିଏସସସି, ଓଡିଶା ମୁଖ୍ୟ, ଶ୍ରୀ ସଂଜୟ ଝା, ଜିଏମ (ଏଲପିଜି), ଆଇଓସିଏଲ୍, ଶ୍ରୀ ସଂଜୟ ଶର୍ମା, ରାଜ୍ୟ ମୁଖ୍ୟ (ଏଲପିଜି), ବିପିସିଏଲ, ଓଡିଶା ଏବଂ ଝାରଖଣ୍ଡ, ଶ୍ରୀ ଧର୍ମେନ୍ଦ୍ର ବେହୁରା, ଡିଜିଏମ୍ (ଏଲପିଜି), ଏଚ୍ପିସିଏଲ୍ ଏବଂ ଶ୍ରୀ ଶ୍ରୀନିବାସ ପାତ୍ର, ବରିଷ୍ଠ ପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ, ଆଇଓସିଏଲ୍ ପ୍ରମୁଖ ଏ ସଂପର୍କରେ ସୂଚନା ଦେଇଥିଲେ ।
ଏନ୍ଏଫ୍ଏଚ୍ଏସ୍-୪ର ରିପୋର୍ଟ ଅନୁସାରେ ଓଡ଼ିଶାରେ ସାନିଟାରି ନାପ୍କିନ୍ର ମୋଟ୍ ବ୍ୟବହାର ୩୩.୫ ଶତକଡା ଅଟେ । ୧୫- ୨୪ ବର୍ଷ ବର୍ଗର ମାତ୍ର ୪୨.୮% ଗ୍ରାମୀଣ ମହିଳା ମାସିକ ଋତୁସ୍ରାବ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା କୌଶଳ ଅବଲମ୍ବନ କରିଥାନ୍ତି । ରାଜ୍ୟରେ ମହିଳାମାନଙ୍କର ମାସିକ ଧର୍ମର ସ୍ୱଚ୍ଛତା କ୍ଷେତ୍ରରେ ଏହି ସ୍ଥିତିକୁ ସୁଧାରିବା ପାଇଁ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଅନ୍ତର୍ଗତ ୯୩ଟି ବ୍ଲକ୍ରେ ଜନ ସେବା କେନ୍ଦ୍ର (ସିଏସ୍ସି)ଗୁଡ଼ିକରେ ଉଜ୍ଜ୍ୱଳା ସାନିଟାରି ନାପକ୍କିନ୍ ଉପକ୍ରମ ଅଧିନରେ ୨.୯୪ କୋଟି ଟଙ୍କା ମୂଲ୍ୟରେ ୧୦୦ ଟି ଆଂଚଳିକ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯିବ । ପ୍ୟାଡ୍ ଗୁଡ଼ିକ ଉପଭୋକ୍ତାଙ୍କ ପାଇଁ ପ୍ୟାକ୍ କରାଯିବା ପୂର୍ବରୁ ଜୀବାଣୁମୁକ୍ତ ଥିବାର ସୁନିଶ୍ଚିତ କରିବାଲାଗି ସ୍ୱତନ୍ତ୍ର ଜୀବାଣୁନାଶକ ଉପଚାରଗୃହ ଉପଲବ୍ଧ ପ୍ରତ୍ୟେକ ସଂସ୍ଥା ଦୈନିକ ୧୨୦୦-୨୦୦୦ ପ୍ୟାଡ୍ ଉତ୍ପାଦନକ୍ଷମ ହେବେ । ୪୫,୦୦୦-୫୦,୦୦୦ ପ୍ୟାଡ୍ ଉତ୍ପାଦନ ପାଇଁ ପ୍ରତ୍ୟେକ ସଂସ୍ଥାରେ ପର୍ଯ୍ୟାପ୍ତ କଂଚାମାଲ୍ ଅଗ୍ରୀମ ଭାବେ ଉପଲବ୍ଧ । ୮ଟି ପ୍ୟାଡ୍ ଥାଇ ପ୍ରତି ପ୍ୟାକେଟ୍ର ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଏହି ସିଏସ୍ଆର୍ ଉପକ୍ରମର ଉଦ୍ଦେଶ୍ୟ ସାଧନ ପାଇଁ ଉଜ୍ଜ୍ୱଳା ପ୍ୟାଡ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଖାପାଖି ୬୦୦ ଜଣ ଉଜ୍ଜ୍ୱଳାର ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ ଏବଂ ପ୍ରତି ସଂସ୍ଥା ୫-୬ଜଣ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଦେବେ । ଏହି ସିଏସ୍ସିଗୁଡ଼ିକ ଏକ ତାଲିମ୍ ପାଠ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ ଯାହା ସେମାନଙ୍କୁ ଗୁଜୁରାଣ ମେଂଟାଇବାରେ କେବଳ ଏକ ସମ୍ମାନଜନକ ମାଧ୍ୟମ ହେବ ନାହିଁ ବରଂ ସେମାନଙ୍କୁ ଔଦ୍ୟୋଗିକ ଦକ୍ଷତାଯୁକ୍ତ ଭାବେ ବିକଶିତ କରିବ ।
ଆହୁରି ମଧ୍ୟ ଏହି ସାନିଟାରି ପ୍ୟାଡ୍ ଗୁଡ଼ିକ ଭର୍ଜିନ୍ ଉଡ୍ ପଲ୍ପର ଚାଦର ସହିତ ବୁଣା ହୋଇ ନ ଥିବା ଧଳା ପଟି ଏବଂ ଜେଲ୍ ପଟି ପରି ପ୍ରାକୃତିକ ଭାବେ ଜୈବବିଘଟନୀୟ ସାମଗ୍ରୀରୁ ପ୍ରସ୍ତୁତ ହେବ ଏବଂ ସର୍ବନିମ୍ନ ଅଙ୍ଗାରକ ନିଃସରଣକାରୀ ହେବ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ପଦକ୍ଷେପ ସ୍ୱଚ୍ଛ ଭାରତ ଅଭିଯାନକୁ ବଳଦାୟୀ ହେବ ।
ଆଇଓସିଏଲ୍, ବିପିସିଏଲ୍, ଏଚ୍ପିସିଏଲ୍ ଦ୍ୱାରା ଏହି ପଦକ୍ଷେପ, ରାଜ୍ୟରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁଧାର ଏବଂ ସେମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟାଭ୍ୟାସ ପାଇଁ ପ୍ରୋତ୍ସାହିତ କରିବାର ଯୁଗ୍ମ ଉଦ୍ଦେଶ୍ୟ ହାସଲ ଲାଗି ଲୋକମାନଙ୍କ ମଧ୍ୟରେ ମହିଳାଙ୍କ ମାସିକ ଧର୍ମ ଆଧାରିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମନୋଭାବକୁ ପରିବର୍ତନ କରିବ ।
କେନ୍ଦ୍ର ସରକାରଙ୍କ ଯୋଗଦାନ:


ପେଟ୍ରୋଲିୟମ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ପାଇଁ ଉଜ୍ଜ୍ୱଳା ଯୋଜନାରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ପରିବାରଙ୍କୁ ସ୍ୱଚ୍ଛ ରନ୍ଧନ ଗ୍ୟାସ୍ ଯୋଗାଣ ପରି ଉପକ୍ରମ ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅଧିନରେ ବିଗତ ସାଢ଼େ ଚାରି ବର୍ଷରେ ଏଲ୍ପିଜି କନେକ୍ସନ ଅସମାନ୍ତରାଳ ଭାବେ ବୃଦ୍ଧି ପାଇଛି । ଯାହାଦ୍ୱାରା ଓଡ଼ିଶାରେ ପ୍ରାୟ ୩୫ ଲକ୍ଷ ମହିଳା ସହଜ ଜୀବନଧାରଣ ସୁବିଧା ପ୍ରାପ୍ତ ହୋଇଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱାଧୀନ ମନ୍ତ୍ରଣାଳୟ ଏଲ୍ପିଜି ଉପଭୋକ୍ତାଙ୍କୁ ନିଜ ନିଜ ମଧ୍ୟରେ ଆଲୋଚନା କରିବା ଏବଂ ଆପୋଷ ଭାବେ ପ୍ରଶିକ୍ଷିତ ହେବାପାଇଁ ଏକ ମଂଚ ପ୍ରଦାନ କରିବାକୁ ସାରା ଓଡ଼ିଶାରେ ୩୦୦୦ ଏଲ୍ପିଜି ପଂଚାୟତ ଆୟୋଜନ କରିଛି । ତା ସହିତ ସେମାନଙ୍କୁ ଏଲପିଜି ଭଳି ସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନ ବ୍ୟବହାର କରିବା ପାଇଁ ସମସ୍ତ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ପ୍ରୟାସ ଚାଲୁ ରଖିଛି ।
ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ତତ୍ୱାବଧାନରେ କେନ୍ଦ୍ର ସରକାର, ଗ୍ରାମୀଣ ବିପିଓମାନଙ୍କରେ ମହିଳାମାନଙ୍କୁ ନିଯୁ୍କ୍ତି

Mo sapath

Leave A Reply

Your email address will not be published.