ନିରପେକ୍ଷ ଖବର: ରାଜଧାନୀରୁ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି ଚନ୍ଦ୍ରଶେଖର ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହେରା ଓରଫ ଗୋଲଡେନ୍ ବାବା ବୋଲି ଜଣାପଡ଼ିଛି।କିଛି ମହଲରେ, ଗୋଲଡେନ୍ ବାବା ନିଜକୁ ରାଜନୈତିକ ନେତା କହି ଏକ ପ୍ରକାର ପରିଚୟ ନିଜର ସୃଷ୍ଟି କରିଥିଲେ ଓ ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ୟ୍ୟକ୍ରମରେ ସାମିଲ୍ ହୋଉଥିଲେ। ଗୋଲଡେନ୍ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ଚେକ୍ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ରହିଛି।ପୁଲିସ ବୋହୁଦିନରୁ ଗୋଲଡେନ୍ ବାବାକୁ ଖୋଜୁଥିଲା। ଗୋଲଡେନ୍ ବାବା ନୀଳାଦ୍ରି ବିହାରରେ ରହୁଥିଲା। ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି। ଗୋଲଡେନ୍ ବାବା ପାଖରେ ୪ଟି ଦାମୀଦାମୀ କାର ଥିବା ପୁଲିସ ସୂଚନା ଦେଇଛି ଓ ଥାନାରେ ଅଟକ ରଖି ଗୋଲଡେନ୍ ବାବାକୁ ପୁଲିସ ତଦନ୍ତ ଜାରି ରଖିଛି।
