Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ବାତ୍ୟାରେ କ୍ଷତି ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ…

0

ଭୁବନେଶ୍ୱର:ନିରପେକ୍ଷ ଖବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଚାଷୀ ଓ ନଡ଼ିଆ ଚାଷୀ ମାନଙ୍କ ପାଇଁ ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ।ଏହି ପ୍ୟାକେଜ ଦ୍ୱାରା ଚାଷୀ ଓ ଉଠାଦୋକାନୀ ମାନେ ଆର୍ଥିକ ସହାୟତା ପାଇପାରିବେ ।ସହରାଞ୍ଚଳର ଉଠାଦୋକାନୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ସେମାନଙ୍କ ପୁନରୁଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତାର ଏହି ପ୍ୟାକେଜ ଘୋଷଣା କରିଛନ୍ତି । ବାତ୍ୟାରେ ପ୍ରଭାବିତ ହୋଇଥିବା ୧୧ଟି ସହରର ପ୍ରାୟ ୩୦ ହଜାର ଉଠାଦୋକାନୀ ମାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ । ଏହି ସହାୟତା ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର ଲାଗି ଆବଶ୍ୟକ । ସେହିପରି ଓଡ଼ିଶାରେ ଘଟିତ ପ୍ରଳୟଙ୍କରୀ ଫନି ବାତ୍ୟାରେ ମଧ୍ଯ ଅଧିକ ସଂଖ୍ୟାରେ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି । ଏହା ସାଧାରଣତଃ ଉପକୂଳ ଅଞ୍ଚଳରେ ମୁଖ୍ୟ ଜୀବିକା ଓ ରୋଜଗାରର ଏକ ମାତ୍ର ମାଧ୍ୟମ ହୋଇଥାଏ । ତେଣୁ ନଡ଼ିଆ ଚାଷୀଙ୍କୁ ପୂର୍ବରୁ ଘୋଷଣା ହୋଇଥିବା କୃଷି ଇନପୁଟ ସବସିଡ଼ି ଏବଂ ଚାରା ଓ ବୃକ୍ଷ ରୋପଣ ସହାୟତା ସହିତ କ୍ଷତିଗ୍ରସ୍ତ ହୋଇଥିବା ନଡ଼ିଆ ଗଛ ପିଛା ୫୦୦ ଟଙ୍କା କରି ଆର୍ଥିକ ସହାୟତା ମିଳିବ । ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ ଆର୍ଥିକ ସହାୟତା ଦିଆଯିବ । ଭୟଙ୍କର ବାତ୍ୟା ଫନିରେ ଛୋଟ ଛୋଟ କୁକୁଡ଼ା ଚାଷୀମାନେ ମଧ୍ୟ ବୋହୁ ସଂଖ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ କୁକୁଡ଼ା ଚାଷୀଙ୍କୁ ବ୍ରଏଲର୍ ୟୁନିଟର ଥଇଥାନ ଲାଗି ୭୫ ପ୍ରତିଶତ ସବସିଡ଼ି ପ୍ରଦାନ କରାଯିବ । ଅନ୍ୟୁନ ୫୦୦ କୁକୁଡ଼ା ରଖିଥିବା ୟୁନିଟକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ପ୍ରଦାନ କରାଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ୨୦୦୦ କ୍ଷୁଦ୍ର ବ୍ରଏଲର୍ ୟୁନିଟକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Mo sapath

Leave A Reply

Your email address will not be published.