ଦିଲ୍ଲୀ, ନିରପେକ୍ଷ ଖବର:୧୬/୦୭/୧୯ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରିଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଓଡ଼ିଶାର ବିଜେପିର ଏହି ନେତା ପୂର୍ବରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । କିଛି ବର୍ଷ ଧରି ବିଶ୍ୱଭୂଷଣ ପ୍ରତ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିଥିଲେ ମଧ୍ୟ ଦଳର ପ୍ରଚାରର ମଙ୍ଗ ଧରିଥିଲେ । ଚିଲିକାରୁ ୨ ଥର ଓ ଭୁବନେଶ୍ୱରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ ।
