ବାରିପଦା(ନିରପେକ୍ଷ ଖବର)ତା-୨୫/୦୩-କରୋନା କୁ ନେଇ ହୁ ହୁ ହୋଇ ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ କରିଛନ୍ତି।ନିଜର ସ୍ୱାର୍ଥ ପାଇଁ ଅସାଧୁ ବ୍ୟବସାୟୀ ମାନେ ପରିବା ଚଢ଼ା ଦରରେ ବିକିବା ଆରମ୍ଭ କରିଦେଇଛନ୍ତି।ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ଆଳୁ କିଲୋ ପ୍ରତି ୧୫ ଟଙ୍କାରୁ ବଢି ୩୦-୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋପ୍ରତି ୬୦-୭୦ଟଙ୍କା , ରଷୁଣ ୧୨୦-୧୩୦ ବିକ୍ରି ହେଉଛି।ସେହିପରି ବାଇଗଣ, ଭେଣ୍ଡି,ପୋଟଳ, ବିଲାତି,ଜଂହି ଆଦିର ରେଟ ଆକାଶ ଛୁଆଁ ଦର ହେବାରେ ଲାଗିଛି।ସେହିପରି ଚିକେନ ,ମଟୋନ ଆଦିର ଦର ମଧ୍ୟ ହୁ ହୁ ହୋଇ ବଢି ଯାଇଛି। ସେପଟେ କରୋନା ଆତଙ୍କ ରେ ମୟୁରଭଂଜ ସମେତ ସାରା ରାଜ୍ୟ ଏହାର ନିରାକରଣ ପାଇଁ ଲଢେଇ କରୁଥିବା ବେଳେ ଏହି ପରି ମୁନାଫାଖୋର ବ୍ୟବସାୟୀ ମାନେ ନିଜ ଫାଇଦା ଦେଖୁଛନ୍ତି।ଏହି ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏହି ଅସାଧୁ ବ୍ୟବସାୟୀଙ୍କୁ ରୋକ ଲଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି।ମୟୁରଭଞ୍ଜଙ୍କୁ ଲାଗି ରହିଥିବା ପଡୋଶୀ ରାଜ୍ୟ ମାନଙ୍କ ସୀମା ବନ୍ଦ କରାଯାଇଥିବାରୁ ମାଲ ପରିବହନ କରିବାରେ ଅସୁବିଧା ସୃଷ୍ଟି ହେଉଛି।ଯାହା ଫଳରେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ମାନଙ୍କ ର ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀ ସଫେଇ ଦେଉଛନ୍ତି।ଆଳୁ ,ପିଆଜ ଚଢ଼ା ଦରରେ ବିକ୍ରି ହେଉଥିବା ଖବର ପାଇ ଜିଲା ଯୋଗାଣ ବିଭାଗ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।ଗାନ୍ଧୀ ମାର୍କେଟ, ଭଂଜପୁର ଆଦି ବିଭିନ୍ନ ସ୍ଥାନରେ ହୋଲସେଲର ଦୋକାନ ମାନଙ୍କ ପାଖରେ ଉପସ୍ଥିତ ରହି ଗ୍ରାହକଙ୍କୁ ଧାର୍ଯ୍ୟ ଦରରେ ବିକ୍ରି କରାଇଥିଲେ।
