ବାରିପଦା(ନିରପେକ୍ଷ ଖବର)ତା୨୫/୦୩-ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହି ସମୟରେ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରାଯାଉଛି । ଏହି ଗୁଜବକାରୀଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି । ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ବ୍ୟକ୍ତି ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲଣ କରାଗଲାଣି। ତଥାପି ଗୁଜବକୁ ରୋକା ଯାଇ ପାରୁନାହିଁ । ଏହି ଗୁଜବ ଯୋଗୁ ଲୋକମାନେ ଅଧିକ ମାତ୍ରା ରେ ଆତଙ୍କିତ ହେଉଛନ୍ତି।ସେହିପରି ବାରିପଦା ସହରର ଜଣେ ବ୍ୟକ୍ତି ଗୁଜବକାରି ଙ୍କ ନାମରେ ଥାନା ରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ରାଜ୍ୟ ବାହାରେ ରହି ପାଠ ପଢ଼ୁଥିବା ତାଙ୍କ ପୁଅ କୋରୋନା ଭାଇରସ ରେ ସଂକ୍ରମିତ ହୋଇଛନ୍ତି ବୋଲି ଗୁଜବ କୁ ଏକ ନିର୍ଦ୍ଦିଷ୍ଟ ନାମିତ ହୁଆଟସାପ ଗ୍ରୁପରେ ପୋଷ୍ଟ କରିଛନ୍ତି। ଏଥିନେଇ ସେ ବାରିପଦା ଟାଉନ ଥାନାରେ ଏକ ଏତଲା ଦାୟର କରିଥିଲେ ।ପୋଲିସ ପକ୍ଷରୁ ଏ ବାବଦରେ ୫୦୦,୫୦୪,୫୦୫,୫୦୭ ଧାରାରେ ମାମଲା ରୁଜୁ କରାଯିବା ସହିତ ଦୁଇ ଜଣ ଯୁବକ ଜୟନ୍ତ ଲେଙ୍କା ଓରଫ ବାପି,ସୁମିତ କୁମାର ଦାସପଟ୍ଟନାୟକ କୁ ଗିରଫ କରିଛି ପୋଲିସ।ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୋସିଆଲ ମିଡ଼ିଆରେ କରୋନାକୁ ନେଇ କୋଣସି ପ୍ରକାରର ଗୁଜବ ତଥ୍ୟ ପ୍ରଦାନ ନ କରିବାକୁ ସାବଧାନ କରିଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି।
