ଭୁବନେଶ୍ୱର,ନିରପେକ୍ଷ ଖବର: ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଭଦ୍ରକରେ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ଭଦ୍ରକ ହୋଇଥିବା ଜଣାପଡିଛି।ଚିହ୍ନଟ ହୋଇ ଥିବା ରୋଗୀ ଜଣକ ଦୁବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ରିପୋର୍ଟରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଓଡ଼ିଶାରରେ ୩ ଜଣ ରୋଗୀ ଚିହ୍ନଟ ହୋଇଥିଲେ ।କରୋନା ରୋଗୀ ଭାରତରେ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲିଗିଛନ୍ତି । ଆଜି ୩୧:୦୩:୨୦୨୦ ମଙ୍ଗଳବାର ଗୋଟିଏ ଦିନରେ ୨ଶହରୁ ଅଧିକ ଲୋକ କୋଭିଡ୍-୧୯ ଭୂତାଣରୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବୋହୁ ମାତ୍ରାରେ ଲୋକମାନେ ଦିଲ୍ଲୀର ନିଜାମୁଦ୍ଦିନ ମସଜିଦରେ ଯୋଗଦେଇଥିବା ଜଣାପଡ଼ିଛି।
