କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ ଓଡ଼ିଶାର ଦୃତ ବିକାଶ ହିଁ ବିଜେପିର ଲକ୍ଷ୍ୟ,ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମ ଲୋଚନ ପଣ୍ଡା,ଶୁଭଙ୍କର ମହାପାତ୍ରଙ୍କ ସମେତ ସହସ୍ରାଧିକ ନେତା ଓ କର୍ମୀଭାରତୀୟ ଜନତା ପାର୍ଟିର ସଙ୍ଘର୍ଷ କେବଳ ରାଜ୍ୟରେ ସରକାର ପରିବର୍ତ୍ତନ ଆଣିବାକୁ ନୁହେଁ । ୨୦ବର୍ଷର ଲମ୍ବା ନବୀନ ପଟ୍ଟନାୟକଙ୍କ ଓଡ଼ିଶାରେ ମଙ୍ଗଳ ନୁହେଁ ବରଂ ଚାଷୀ, ଗରିବ, ଆଦିବାସୀ, ମହିଳା, ଯୁବକଙ୍କ ସ୍ୱାର୍ଥ ବିରୋଧୀ ରହିଛି।ମୋଦିଙ୍କ ବିଚାରରେ ବିଶ୍ୱାସ କରୁଥିବା ସରକାର ଗଠନ ସହ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ଏହି ଜନ ଆନ୍ଦୋଳନର ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବାଲେଶ୍ଵର ଜିଲ୍ଲାର ଖଇରା ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କର ହଜାର ହଜାର ସମର୍ଥକ,ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପାରିଷଦ ଉପାଧ୍ୟକ୍ଷକଂ ସହ ବିଜେପିରେ ଯୋଗଦେବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଶୁଭଙ୍କର ମହାପାତ୍ର ମଧ୍ୟ ଏହି ଅବସରରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ପରିବର୍ତ୍ତନ ନାରାରେ ସଭା ସ୍ଥଳ ଗର୍ଜ୍ଜନରେ ପ୍ର୍ରକମ୍ପିତ ହେଉଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ସିମୁଳିଆ ଓ ଖଇରା ଅଂଚଳର ଖଣି ଖାଦାନର ମାଲିକ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ନହୁନ୍ତି ବରଂ ବିଜେଡି ସରକାର ଏହାକୁ ଲୁଟି ଲାଭବାନ ହେଉଛି। ଏହି ଅଞ୍ଚଳରେ ଯୁବକ ଏହି ଠାରେ ନିଯୁକ୍ତି ଓ ରୋଜଗାରର ନ ପାଇ ବେକାର ହେବା ବା ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।