ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହୋଇଗଲାଣି ଓକିଲ ଓ ପୋଲିସଙ୍କ ମଧ୍ୟରେ ଲାଗିଥିବା ବିବାଦ । ଏହା କମିବାର ନାଁ ଧରୁନି ଓ ସରକାର ମଧ୍ୟ ଏହାର କୌଣସି ବାଟ ବାହାର କରିବାପାଇଁ ଚେଷ୍ଟା କରୁନାହାନ୍ତି । ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଅପରାହ୍ନରେ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୩୦ ତାରିଖରେ ପୁନର୍ବାର ସାଧାରଣ ପରିଷଦ ବୈଠକ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏହି ବିବାଦର ସମାଧାନ କରିବା ପାଇଁ ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ଯଦି ତେବେ ରାଜ୍ୟର ସମସ୍ତ ଓକିଲ ସଂଘ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରିବ ଏହା ସଂଘର ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।
