ବୈଜୟନ୍ତ ଙ୍କୁ ମିଳିଲା ଡିଜିସିଏ ରୁ କ୍ଲିନ୍ ଚିଟ୍ । ଚିଲିକା ଉପରେ କମ୍ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ଥିଲା ଅଭିଯୋଗ । ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଡିଜିସିଏ । ଡିଜିସିଏ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି। ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ପ୍ରକାର ଆଇନ୍ ଉଲଂଘନ କରିନାହିଁ, ହେଲିକପ୍ଟରଟି କୌଣସି ସ୍ଥାନରେ ବିପଦପୂର୍ଣ୍ଣ ଭାବେ ନିମ୍ନକୁ ଆସି ନଥିବା ଡିଜିସିଏ ରିପୋର୍ଟରେ କୁହାଯାଇଛି । କୌଣସି ସ୍ଥାନରେ ହେଲିକପ୍ଟରଟି ନଓହ୍ଲାଇ ଲଗାତାର ଭାବେ ଉଡିଥିଲା । ହେଲିକପ୍ଟରଟି ଭୁବନେଶ୍ୱରରୁ ବାହାରି, ପୁରୀ-କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା । ଚିଲିକା ଉପର ଦେଇ କମ୍ ଉଚ୍ଚତାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ଅଭିଯୋଗ ହୋଇଥିଲା । ତେଣୁ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟରକୁ ସିଜ୍ କରିଥିଲା । ତେବେ ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ବୈଜୟନ୍ତଙ୍କ ୩ଟି ହେଲିକପ୍ଟରକୁ ସିଜ୍ କରିଥିଲା । ଏବେ ବୈଜୟନ୍ତଙ୍କୁ ଡିଜିସିଏର କ୍ଲିନ୍ ଚିଟ୍ ମିଳିବା ପରେ ରାଜ୍ୟ ସରକାରଙ୍କୁ ଝଟ୍କା ଲାଗିଛି ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ ଉେଦେଶ୍ୟ ରଖି ତାଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଥିବା ବୈଜୟନ୍ତ କହିଥିଲେ।
