Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଆସନ୍ତା କାଲିଠାରୁ ମିଳିବ ମଦ…..

0

୫୦% ସ୍ୱତନ୍ତ୍ର କୋଭିଡ ଫି ଦେଇ କିଣିବାକୁ ପଡ଼ିବ ମଦ।

ଭୁୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୫ ଆସନ୍ତା କାଲି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଦିନ। ଦୀର୍ଘ ଦିନ ପରେ ଆସନ୍ତା  କାଲିଠାରୁ ଅନଲାଇନ୍ ରେ ମିଳିବ ମଦ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଅନୁମତି ମିଳିଛି । ମଦ ପାଇଁ ଅର୍ଡର ଦେବାର ୬ ଘଣ୍ଟା ଭିତରେ ମଦ ପହଞ୍ଚିବ । କିନ୍ତୁ ଗ୍ରାହକଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଦେବାକୁ ହେବ କୋଭିଡ୍ ଫି । ଏମ୍.ଆର୍.ପି ଉପରେ ଗ୍ରାହକଙ୍କୁ ଅଧିକ ୫୦% ସ୍ୱତନ୍ତ୍ର କୋଭିଡ୍ ଫି ଦେବାକୁ ପଡ଼ିବ । ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ । ଆଜି ଅବକାରୀ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Blank space

ସମସ୍ତ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ୍ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍ ଛାଡ଼ିଦେଲେ ଅନ୍ୟ ସବୁଠି ହୋମ୍ ଡେଲିଭରି ଦିଆଯିବ । ମଦ ଦୋକାନ ଆଗରେ ଏକ ଡିସପ୍ଲେ ରହିବ ଯେଉଁଥିଲେ ସଂପୃକ୍ତ କାଉଣ୍ଟର୍ ର ଫୋନ୍ ନମ୍ବର, ହ୍ୱାଟସ୍ ଆପ ନମ୍ବର, ଇ-ମେଲ୍ ଆଇଡି, ୟୁପିଆଇ ତଥ୍ୟ ରହିବ । ମୋବାଇଲ୍, ହ୍ୱାଟସ୍ ଆପ୍, ଏସ.ଏମ.ଏସ୍ ଆଦି ଜରିଆରେ ଗରାଖ ନିଜର ଠିକଣା ସହ ଜିନିଷ ଅର୍ଡର ଦେବେ । ଅବକାରୀ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ପ୍ରୋଭାଇଡର୍ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ନେଇ ଜିନିଷ ପହଞ୍ଚାଇଦେବେ ।

ହୋମ୍ ସର୍ଭିସ୍ ଖର୍ଚ୍ଚ ଗ୍ରାହକଙ୍କୁ ଦେବାକୁ ପଡ଼ିବ । ୧ ହଜାର ପର୍ଯ୍ୟନ୍ତ ମଦ ମଗାଇଲେ ଡେଲିଭରି ଚାର୍ଜ ପଡ଼ିବ ୧୦୦ ଟଙ୍କା । ତାପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ । ଡେଲିଭରି ଭୟ କୋଭିଡ୍ ଗାଇଡଲାଇନ୍ ଭିତରେ କାମ କରିବେ । ୬ ଫୁଟ୍ ଦୂରତ୍ୱ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଗ୍ରାହକ ନଗଦ ଟଙ୍କା ଦେଇପାରିବେ । କାର୍ଡରେ ପେମେଣ୍ଟ କଲେ ମଧ୍ୟ ହେବ ।

Mo sapath

Leave A Reply

Your email address will not be published.