ପିପିଲି:ନିରପେକ୍ଷ ଖବର:୨୨/୦୪/୨୦୧୯ ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ ।ପୁଲିସ୍ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ନେଇ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି,“ ମହାରଥୀଙ୍କ ନାଁରେ ବହୁ ସଂଗୀନ ଦଫା ପୁଲିସ ଲଗାଇଛି। ଏହି ଦଫା ଗୁଡ଼ିକ ହେଲା -୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା- ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩।”ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର ଅଭିଯୋଗ କରିଥିଲେ ଯେ, ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢ଼ଉ କରିଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST(ସ୍ପେଶାଲ ସିକ୍ୟୁରିଟି ଟିମ୍) ଟିମକୁ ଫାର୍ମ ହାଉସ ଭିତରେ ପ୍ରଦୀପ ମହାରଥୀ ଗାଳି ଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
