ଭୁବନେଶ୍ୱର,ନିରପେକ୍ଷ ଖବର ତା:୧୩/୧୨: ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଜେଷ୍ଟ-୨୦୨୨ ବିଦ୍ୟାଳୟ ପରିସରରେ
ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ସହ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରି କ୍ରୀଡ଼ା ହିଁ ମାନସିକ ଓ ଶାରୀରିକ ତଥା ସର୍ବାଙ୍ଗୀନ ଉନ୍ନତି କରାଏ, ତେଣୁ ଦୃଢ଼ ନିଶ୍ଚୟ ଭାବ ଦ୍ୱାରା ସଫଳତା ପାଇପାରିବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର କ୍ରୀଡ଼ା ଶୈକ୍ଷିକ କ୍ଷେତ୍ର, ପରିପୂରକର ମାଧ୍ୟମ ବୋଲି କହିଥିଲେ । ପରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଖେଳିବାର ବୟସସୀମା ନାହିଁ, ତେଣୁ ଜୀବନ ଶୃଙ୍ଖଳରେ ଏହାକୁ ସ୍ଥାନିତ କରି ସୁସ୍ଥ ଓ
ସୁଖମୟ ଜୀବନର ସନ୍ଧାନ କରିବାକୁ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍
ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଭୁବନେଶ୍ୱରର ଡେପୁଟି ମେୟର ମ୍ୟାଡାମ୍ ମଞ୍ଜୁଲତା କହଁର, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ଶିବାନୀ
ପଟ୍ଟନାୟକ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ଯୋଗ ପଦର୍ଶିତ ହୋଇଥିଲା । ଏହି କ୍ରୀଡ଼ା ଉତ୍ସବ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।
