ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪/୧୧/୨୨ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି
ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୩ତମ ଜନ୍ମଦିବସ ଲପଲକ୍ଷେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଯୋଗ ଦେଇ ନେହେରୁଙ୍କ ଆଦର୍ଶ ଓ ଜୀବନୀକୁ
ଆଲୋଚନା ପୂର୍ବକ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ନେହେରୁଙ୍କ ଜୀବନର କଥା ସହ ଛାତ୍ର ଓ ଶିକ୍ଷାଦାତାଙ୍କର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ କହିଥିଲେ । ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ବର୍ତ୍ତମାନ ଭବିଷ୍ୟତ ନିର୍ଦ୍ଧାରଣ କରେ, ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ଭିତରେ ଥିବା ସୃଜନଶୀଳ
କ୍ଷମତା ସମାଜ ପରିବର୍ତ୍ତନ କରିପାରିବ ବୋଲି ବକ୍ତବ୍ୟ ଦେଇଥିଲେ । ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶିବାନୀ ପଟ୍ଟନାୟକ ଶିଶୁ ଦିବସର ମହାତ୍ମ୍ୟ ବୁଝାଇ ପିଲାମାନଙ୍କର ଉତ୍ତମ ଜୀବନ କାମନା କରିଥିଲେ । ଏଥିରେ ପର୍ଯ୍ୟବେକ୍ଷିକା ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ, ପରିଚାଳନା କମିଟିର ସଦସ୍ୟବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଉପସ୍ଥିତ ରହି ନେହେରୁଙ୍କର ଶିଶୁସମାଜ ପ୍ରତି ଅବଦାନକୁ ଆଲୋଚନା କରିଥିଲେ । ଶିଶୁ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, କୌତୁକ ପୋଷାକ, ବକ୍ତୃତା, ଶିଶୁ ପ୍ରତିଭା ପ୍ରଦର୍ଶନ, ଖେଳ, ନୃତ୍ୟ, ସଙ୍ଗୀତ, ଖାଦ୍ୟ ଏବଂ ଖେଳ ମେଳା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ପରି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏସ୍. ଆର୍. ରଙ୍ଗନାଥନଙ୍କୁ ପୁଷ୍ପ ପ୍ରଦାନ ପୂର୍ବକ ଜାତୀୟ ଗ୍ରନ୍ଥାଳୟ ସପ୍ତାହ ଉଦ୍ଘାଟିତ କରାଯାଇଥିଲା । ପିଲାମାନଙ୍କ ଦ୍ୱାରା ଉପସ୍ଥାପିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ
ଥିଲା ।
