Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ପ୍ରଧାନମନ୍ତ୍ରୀଙ୍କ  ଓଡିଶା ଗସ୍ତ ପାଇଁ ଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କଲେ  ବିଜେପି ସଭାପତି ବସନ୍ତ ପଣ୍ଡା……

୧୫ ହଜାର କୋଟି ଟଙ୍କାର ବିକାଶ ଯୋଜନାକୁ ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ...

0

ଭୁବନେଶ୍ୱର:(ନିିିରପେକ୍ଷ ଖବର): ଆଗାମୀ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସି ବିଭିନ୍ନ ପ୍ରକଳ୍ପର
ଲୋକାର୍ପଣ କରିବା ସହ ଶଭୁ।ରମ୍ଭ କରିବେ । ଏଥି ସହ ଶ୍ରୀ ମୋଦୀ ଖୋର୍ଦ୍ଧା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କରିଛନ୍ତି ।
ଶ୍ରୀ ମୋଦୀ ୧୫ ହଜାର କୋଟି ଟଙ୍କାର ବିକାଶ ଯୋଜନାକୁ ନେଇ ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ
ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବ୍ରହ୍ମପୁରଠାରେ ବିଶ୍ୱସ୍ତରୀୟ ଆଇଜର ଶିକ୍ଷାନୁଷ୍ଠାନର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ- ହାଇଦ୍ରାବାଦ ମଧ୍ୟରେ ପାଇପଲାଇନର ଶୁଭାରମ୍ଭ, ଭୁବନେଶ୍ୱରରେ ଥିବା (ଇ ଏସ ଆଇ )ହସ୍ପିଟାଲକୁ ୧୦୦ ଶର୍ଯ୍ୟା ବିଶିଷ୍ଟ କରାଯିବା, ଜାତୀୟ ରାଜପଥର ୬ ଲେନ୍ ରାସ୍ତା, କଟକ- ଅନୁଗୁଳ ରାସ୍ତାର ୪ ଲେନ୍ ରାସ୍ତାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ
ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପାଇକ ବେିଦ୍ରାହର ୨୦୦ ବର୍ଷ ପୂର୍ତି ଅବସରରରେ ୨୦୦ ଟଙ୍କିଆ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଉନ୍ମୋଚନ ହେବା ସହ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାର ପ୍ରତିଷ୍ଠା ହେବ । ଏଥି ସହ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ ମୋଦୀ ବଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ବୋଲି ଶ୍ରୀ ପଣ୍ଡା ସଚୂନା ଦେଇଛନ୍ତି ।
ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ଉତ୍ସାହ ବଢିଛି । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେଡି ବିରୋଧୀ ସରକାରକୁ ଜବାବ ଦେବା ପାଇଁ ରାଜ୍ୟବାସୀ ଏବେଠୁ ମନ ବଲାଇ ସାରିଲେଣି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଭୂମିପୂଜନ ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଯତୀନ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀ, ଜିଲ୍ଲା ସଭାପତି ସୁବାଷ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତୁ ମିତ୍ର, କାଳୁ ଖଣ୍ଡାୟତରାୟ, ରଶ୍ମି ରଂଜନ ମହାପାତ୍ର, ନିକୁଂଜ ପଟ୍ଟନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

Mo sapath

Leave A Reply

Your email address will not be published.