ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଚଳିତ ସଂରକ୍ଷଣ କୋଟାକୁ ୪୯.୫ ପ୍ରତିଶତରୁ ୫୯.୫କୁ ବୃଦ୍ଧି
ଆଗାମୀ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ବିଲ୍ କୁ ଅନୁମୋଦନ କରି କାର୍ଯ୍ୟକାରୀ କରନ୍ତୁ : ବିଜେପି
ଭବନେଶ୍ୱର :ନିରପେକ୍ଷ ଖବର: ୧୦/୦୧: ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱର୍ରେ ଆର୍ଥିକ ଅନଗ୍ରସରତା ଭିତିରେ ସାଧାରଣ ବର୍ଗର ଗରିବ ର୍ ପରିବାରଙ୍କୁ ଶିକ୍ଷା ଏବଂ ସରକାରୀ ନିଯୁ୍କ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ଏହି ଐତିହାସିକ ପ୍ରସ୍ତାବକୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସୀକୃତି ମିଳିସାରିଛି । ଆଜି ରାଷ୍ଟ୍ରପତିଙ୍କ ସୀକୃତି ମିଳିବାର ସମ୍ବାବନା ରହିଛି । ଏହା କେନ୍ଦ୍ରସରକାରଙ୍କ ଏକ ଐତିହାସିକ ନିଷ୍ପତି ।

ସାମାଜିକ କ୍ଷେତ୍ରରେ ଏହା ନ୍ୟାୟ ପ୍ରତିଷ୍ଠାରେ ନିଶ୍ଚିତ ଭାବେ ଅଧିକ ସହାୟକ ହେବ । ତେଣୁ ଏଭଳି ଏକ ଐତିହାସିକ ନିଷ୍ପତି ନେଇ କାର୍ଯ୍ୟକାରୀ କରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରକୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ
ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ୭୦ ବର୍ଷ ପରେ ଭାରତ ବର୍ଷରେ ବସବାସ କରୁଥିବା ଆର୍ଥକ ଅନଗ୍ରସର ଭିତିରେ ସାଧାରଣ ବର୍ଗର ଗରିବ ଲୋକଙ୍କ ହିତ ପାଇଁ ସଂସଦରେ ବିଲ୍ ପାସ୍ ହୋଇଛି । ତେଣୁ ସାଧାରଣ ଜନତାଙ୍କ ହିତରେ ଅନୁରୂପ ଭାବେ ରାଜ୍ୟ ସରକାର ଆଗାମୀ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍କୁ ଅନମୋଦନ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି । ରାଜ୍ୟ ସଂପାଦକ ଓ ଅନୁସୁଚିତ ଜାତି ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ଯେ, ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଚଳିତ ସଂରକ୍ଷଣ କୋଟାକୁ ୪୯.୫ ପ୍ରତିଶତରୁ ୫୯.୫କୁ ବୃଦ୍ଧି କରିଛନ୍ତି । ଏଥିରୁ ୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆର୍ଥିକ ସ୍ଥିତିରେ ପଛୁଆ ଥିବା ଲୋକମାନଙ୍କ ପାଇଁ ଲାଗୁ ହେବ, ଯାହାକି ଅତ୍ୟନ୍ତ ଆବଶ୍ୟକତା ଥିଲା । ଏହା ସେହି ଲୋକମାନଙ୍କୁ ମିଳିବ, ଯେଉଁମାନଙ୍କୁ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ କୌଣସି ଲାଭ ମିଳିନଥିଲା । ୭୦ ବର୍ଷ ହେଲାଣି ଗରିବ ସଂରକ୍ଷଣ ଦେବାକୁ ଦାବି କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା ହୋଇପାରିନଥିଲା । ସେମାନଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସକ୍ଷମ କରିବା ପାଇଁ ଏଭଳି ଐତିହାସିକ ପଦକ୍ଷେପ ନିଆଯାଇଛି । ପଛୁଆ ମୋର୍ଚ୍ଚା ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ ଶ୍ରୀ କୃଷ୍ନଚନ୍ଦ୍ର ପାତ୍ର କହିଛନ୍ତି ଯେ, ପୂର୍ବ ପ୍ରଚଳିତ ଅନୁସୁଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଉପରେ ଏହାର କୌଣସି ପ୍ରଭାବ ପଡିବନି । ଏଥିପାଇଁ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୧୫ ଏବଂ ୧୬କୁ ସଂଶୋଧନ କରିଛନ୍ତି । ଦୁଇଟି ଅନୁଚ୍ଛେଦକୁ ବଦଳାଇ ଆର୍ଥିକ ଆଧାରରେ ସଂରକ୍ଷଣ ଦେବାର ଫିଟାଯାଇଛି ।ଏହା ଭାରତ ବର୍ଷର ଆର୍ଥିକ ଅନଗ୍ରସର ଥିବା ସାଧାରଣ ବର୍ଗ ଏବଂ ବିଶେଷ କରି ଓଡିଶାରେ ଆନୁମାନିକ ହିସାବରେ ଥିବା ସମୁଦାୟ
ଜନସଂଖ୍ୟା ୩୫ ଭାଗରୁ ଅଧିକ ସଂଖ୍ୟକ ପରିବାର ଏଥିରେ ଉପକୃତ ହେବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।
“ସବ୍କା ସାଥ୍, ସବ୍କା ବିକାଶ”କୁ ଆଧାର କରି କାର୍ଯ୍ୟ କରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର
ସରକାରଙ୍କ ଏହି ନିଷ୍ପତି ଏକ ବଳିଷ୍ଠ ପଦକ୍ଷେପ ଏବଂ ସାମାଜିକ ନ୍ୟାୟର ବିଜୟ । ଏହା ନିଶ୍ଚିତ ଭାବେ ସମ୍ବିଧାନ ପ୍ରଣେତା ଏବଂ
ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ବୋଲି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଓ ଓଡିଆ ଉର୍ଦ୍ଦୁ ଏକାଡେମୀର ପୂର୍ବତନ ସଚିବ ଡ.ଅବଦୁଲ ସଲାମ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବାର୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ
ଅନୁସୂଚିତ ଜନଜାତିର ବରିଷ୍ଠ କାର୍ଯ୍ୟକର୍ତା ଡ. ପ୍ରିୟବର୍ତ ମାଝୀ ଏବଂ ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଚିତରଞ୍ଜନ କଂସ
ପ୍ରମୁଖ ଉପସ୍ଥିତ ଥିଲେ ।
