ପୁରୀରେ ବିଜେପିର ୨ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ..
ଫେବୃଆରୀ ୩ ତାରିଖ ଦିନ “ଆଦିବାସୀ ଅଧିକାର’’ ସମାବେଶକୁ ଉଦ୍ବୋଧନ କରିବେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହା ମହାଧିବେଶନରେ ସାମିଲ ହେବେ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ..
ଭୁବନେଶ୍ୱର, ତା.୩୧ /୦୧: ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀଠାରେ ହେବ ଦୁଇ ଦିନିଆ
ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ । ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଫେବୃଆରୀ ୨ ତାରିଖ ଦିନ ୧୧ ଟା ସମୟରେ ଜନଜାତି ରାଷ୍ଟ୍ରୀୟ ମହାଧିବେଶନକୁ ଉଦଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲି ଫେବୃଆରୀ ୧ ତାରିଖ ଦିନ ସଂଧ୍ୟା ୫ଟା ସମୟରେ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭିନ୍ନ ସାଙ୍ଗଠନିକ ଋଣନୀତି ସଂର୍ପକରେ ଆଲୋଚନା ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୩ ତାରିଖ ଦିନ “ଆଦିବାସୀ ଅଧିକାର’’ ସମାବେଶକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହା ଉଦ୍ବୋଧନ କରିବେ । ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।