ନିରପେକ୍ଷ ଖବର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ ନିର୍ବାଚନୀ ସମାବେଶ କରିବେ ।ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୬ ତାରିଖରେ ୬ ଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।କେନ୍ଦ୍ରୀୟ ନେତା ରାଧାମୋହନ ସିଂହ,ଆରକେ ସିଂହ, ସଂଜୟ ପାଶୱାନ, ଜୟନ୍ତ ସିହ୍ନା ଓ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାପରେ ୨୯ତାରିଖରେ ମୋଦି ପ୍ରଚାର କାର୍ଯ୍ୟକ୍ରମରେ ଜୟପୁର ପହଂଚିବେ ।
