ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି କି ଏଥିରେ ପଞ୍ଜୀକରଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉନି। ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକ ଏବେ ବିଜେଡି କର୍ମୀଙ୍କ ଆଡ୍ଡାସ୍ଥଳ ଓ ସରକାରୀ କ୍ଲବ ପାଲଟିଛି। ତେଣୁ ଏସବୁ ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକର ଆସନ୍ତା ୫ତାରିଖରେ ତାଲା ପକା ଅଭିଯାନ କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଘୋଷଣା କରିଛନ୍ତି।
