ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୧/୦୪: ପୁଣିଥରେ ଚଳିତ ମାସ ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସମାବେଶ ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ବିଜୟ ସଂକଳ୍ପ ସଭାକୁ ଉଦବୋଧନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
