ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ଦାବିକଲା ବିଜେଡି…
ବୈଜୟନ୍ତଙ୍କ ଇମ୍ଫା ସହ ପ୍ରତ୍ୟେକ୍ଷ ସମ୍ପର୍କ ଥିବା ଅଭିଯୋଗ...
ନିରପେକ୍ଷ ଖବର ,ଭବନେଶ୍ୱର:୨୫/୦୪/୨୦୧୯ : ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ଟାର୍ଗେଟରେ ଏବେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ କାର୍ଯ୍ୟକଳାପରେ ଲିପ୍ତ ନଥିବା କହୁଛନ୍ତି ବୈଜୟନ୍ତ । ଇମ୍ଫା ଖଣି କମ୍ପାନୀ ପରିବାର ଚଳାଉଛନ୍ତି ବୋଲି ବାରମ୍ବାର କହୁଛନ୍ତି । ହେଲେ ତାଙ୍କ ମିଛ ଜନସାଧାରଣ ଜାଣିଛନ୍ତି ।ବୈଜୟନ୍ତ ପଣ୍ଡା ଭଦ୍ର ମୁଖା ପିନ୍ଧି ଶହ ଶହ କୋଟି ଟଙ୍କାର ବ୍ୟାପାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡ଼ି । ବ୍ୟାଙ୍କରୁ ଇମ୍ଫା ପାଇଁ ଅନେକ ଟଙ୍କା ଆଣିଛନ୍ତି ବୈଜୟନ୍ତ ପଣ୍ଡା ।ବିଜେଡ଼ି ଦସ୍ତାବିଜରେ ଦେଖାଇଛି ୨୦୧୪ରେ ବୈଜୟନ୍ତ ପଣ୍ଡା ଇମ୍ପା ପାଇଁ ପ୍ରତ୍ୟେକ୍ଷ ରୂପେ ଡିଲ କରୁଥିଲେ । ଇମ୍ଫାର ଭାଇସ ଚେୟାରମ୍ୟାନ ଭାବେ ଶହ ଶହ କୋଟି କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକ ଠାରୁ ଆଣୁଥିଲେ । ଓଡ଼ିଶାବାସୀଙ୍କୁ ବୈଜୟନ୍ତ ପଣ୍ଡା ମିଛ କହୁଥିଲେ । ଏ ବିଷୟରେ ଜାଣିବା ପରେ ବିଜେଡ଼ି ମନାକରିଥିଲା । ପଜନସାଧାରଣଙ୍କ ସାମ୍ନାରେ ସବୁ ସତକଥା ଆସିଯାଇଛି । ପ୍ରକୃତ କଥା ହେଲା ବୈଜୟନ୍ତ ପଣ୍ଡା ଜଣେ ରାଜନେତା ନୁହନ୍ତି, ସେ ଜଣେ ବ୍ୟବସାୟୀକ ବ୍ୟକ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଆଉ ସେଥିପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ଖାରଜ କରିବା ପାଇଁ ଦାବି କରିଛି ବିଜେଡ଼ି । ତାଙ୍କର ନିର୍ବାଚନ ଲଢ଼ିବାର କୌଣସି ନୈତିକତା ଅଧିକାର ନାହିଁ ବୋଲି ମଧ୍ୟ ବିଜେଡ଼ି କହିଛି ।