ନିରପେକ୍ଷ ଖବର:୨୮/୦୪/୨୦୧୯:ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗଦେଇଛନ୍ତି ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସନି ଦେଓଲ ଜଣେ ଦେଶପ୍ରେମୀ ମଣିଷ କହିଛନ୍ତି ମୋଦି । ଗରୁଦାସପୁରରୁ ସେ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଅଶା ରହିଛି । ମୋଦି ସନିଙ୍କ ସିନେମା ଗଦରର ଲୋକପ୍ରିୟ ଡାଇଲଗ ମଧ୍ୟ ଟ୍ୱିଟ କରି ଲେଖିଛନ୍ତି, ଆମ ମତରେ ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା, ଜିନ୍ଦାବାଦ ରହିବ ।ଆସନ୍ତାକାଲି ସକାଳେ ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ସନ୍ନି ଦେଓଲ। ଆଜି ସେ ଅମୃତସର ସ୍ଵର୍ଣ ମନ୍ଦିର ଦର୍ଶନ କରିବେ ଏବଂ ଆସନ୍ତକାଲି ସକାଳ ୧୧ଟାରେ ନାମାଙ୍କନ ପତ୍ର ଦାଖଲ କରିବେ ।
