Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

କଳା କପଡ଼ା ବାନ୍ଧି ଧାରଣା ଦେଲେ ରାଜ୍ୟ ବିଜେପି କର୍ମୀ

0

ଭୁବନେଶ୍ୱର,ନିରପେକ୍ଷ ଖବର: ରୋଡ୍ ଶୋ’ବେଳେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟସ୍ଥ ଦୀନଦୟାଲ ପାର୍କରେ ଶତାଧିକ ବିଜେପି କର୍ମୀ ଓ ନେତା ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେବାସହ ଘଟଣାରେ ସମ୍ପୃକ୍ତ ଥିବା ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବା ଓ ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ପାଇଁ ଦାବି କରିଛନ୍ତି। ଶ୍ରୀ ଶାହଙ୍କ ଉପରେ ଆକ୍ରମଣକୁ ରାଜ୍ୟ ବିଜେପି କଡ଼ା ଭାଷାରେ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଏଭଳି ଆକ୍ରମଣ କରିଥିଲେ ବୋଲି କହିଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବଢୁଥିବା ଲୋକପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି। ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ର ଉପରେ ଏକ କଳାଦାଗ ଲଗାଇଛି। ପଶ୍ଚିମବଙ୍ଗ ପୁଲିସ ସେଠାରେ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା ଓ ପଶ୍ଚିମବଙ୍ଗରେ ଖୋଲାଖୋଲି ଗଣତନ୍ତ୍ରକୁ ହତ୍ୟା କରିବାକୁ ଦିଆଯାଇଥିଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଗଲାଣି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

Mo sapath

Leave A Reply

Your email address will not be published.