Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଜେପି ପକ୍ଷରୁ ଆଜିଠୁ ଜନପରାମର୍ଶ ପଦଯାତ୍ରା ଆରମ୍ଭ

0

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟତର ହେବା ପାଇଁ ବିଜେପି ପକ୍ଷରୁ  ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରାକୁ ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିଛନ୍ତି ରାଜ୍ୟରେ ସୁଶାସନ ପାଇଁ କ’ଣ ଜରୁରୀ ସେ ନେଇ  ଗାଁ ଠାରୁ ସହର ବୁଲି ବୁଲି ସାଧାରଣ ଲୋକଙ୍କ ପରାମର୍ଶ ଲୋଡ଼ିବ ବିଜେପି ।

ପୁରୁଣା ଭୁବନେଶ୍ୱର ମଣ୍ଡଳ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ଜନପରାମର୍ଶଦାତା ପଦଯାତ୍ରା ରାଜ୍ୟର ସମସ୍ତ ୫୧ହଜାର ଗାଁ, ୩୭୬୦୬ଟି ବୁଥ‌୍‍ ଓ ୧୦୦୨ଟି ମଣ୍ଡଳରେ ଅନୁଷ୍ଠିତ ହେବ। ବିଜେପି କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ ଅବଗତ କରାଇବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ସମ୍ମାନ ଆଦି ହକରୁ ସାଧାରଣ ଲୋକେ କିଭଳି ବଞ୍ଚିତ ହୋଇଛନ୍ତି ସେ ନେଇ ଜନସଚେତନତା  କରାଯିବ।

Blank space

ରାଜ୍ୟରେ ଦୀର୍ଘବର୍ଷ ଧରି କଂଗ୍ରେସ ଓ ବିଜେଡି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଏହାସହିତ ରାଜ୍ୟରେ ବିକାଶର ପ୍ରଚୁର ସମ୍ଭାବନା ଥିବାବେଳେ କାହିଁକି ବିକାଶ ହେଉନି ସେ ନେଇ ଲୋକଙ୍କ ପରାମର୍ଶ ଲୋଡ଼ାଯିବ। ଏଥିପାଇଁ ଏକ ‘ପରାମର୍ଶ ପେଟି’ ପଦଯାତ୍ରାରେ ରହିବ ଓ ଲୋକମାନେ ସେମାନଙ୍କର ପରାମର୍ଶ ଏଥିରେ ଦେଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଓଡ଼ିଶାରେ ମିଶନ ୧୨୦ ପ୍ଲସ‌୍‍ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ବିଜେପି କାର୍ଯ୍ୟ କରୁଛି ଓ ଏଥିପାଇଁ ସାଧାରଣ ଲୋକଙ୍କ ସମର୍ଥନ ନିଶ୍ଚିତ ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଜେପି ନିରନ୍ତର ଭାବେ ଲୋକଙ୍କ ପାଖକୁ ଯାଇଥିବା ଓ ସେମାନଙ୍କ ସୁଖଦୁଃଖରେ ରହିଥିବା ସେ କହିଛନ୍ତି। ନିକଟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ପାଇଁ ବିଜେପି ଲୋକଙ୍କ ନିକଟକୁ ଯାଇ ଜନସଚେତନତା କାର୍ଯ୍ୟକ୍ରମ କରିଥିଲା।

ବୁଥ‌୍‍ କମିଟି ଗଠନ, ସଭ୍ୟ ସଂଗ୍ରହ,  ଆଦି କାର୍ଯ୍ୟକ୍ରମ ମଧ୍ୟ ବିଜେପି ଜାରି ରଖିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ କ୍ଷମତାସୀନ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ପଦଯାତ୍ରାରେ ଶ୍ରୀ ପଣ୍ଡା ସାମିଲ ହେବା ସହ ଏକ ସାଧାରଣ ସଭାରେ କର୍ମୀଙ୍କୁ ଉଦବୋଧନ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଏକାମ୍ର ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ଅମୀୟ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Mo sapath

Leave A Reply

Your email address will not be published.