ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୧/୦୭: ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆ ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ‘‘ସଂଗ୍ରାମ ସରିନାହିଁ” କୁ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶ୍ରୀ ହରିଚନ୍ଦନ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଅନେକ ସମୟ ଧରି ଆଲୋଚନା କରିଥିଲେ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଓ ରାଜ୍ୟ ମୁଖ୍ୟପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
