ଭୁବନେଶ୍ୱର,ନିରପେକ୍ଷ ଖବର:୦୩/୦୮/୨୦୧୯,ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଶନିବାରରେ ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ,କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।କବିତା ଓ ସଙ୍ଗୀତ ର ଏଇ ଅପୂର୍ବ ସମନ୍ୱୟ ରେ ଅନେକ କବି ଓ କବ୍ୟୟତ୍ରୀ ଭାଗ ନେଇ ଶ୍ରାବଣ ଉପରେ ଆଧାରିତ କବିତା ପାଠ କରି ଥିଲେ । ବର୍ଷା କିପରି ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଛି, ସେ ବିଷୟରେ ବିଶିଷ୍ଟ କବି ଓ କବୟତ୍ରୀ ମାନେ ବର୍ଣ୍ଣନା କରିଥିଲେ।
