ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ….
* ବିଜେପିରେ ସାମିଲ ହେଲେ ବଲାଙ୍ଗୀର ଜିଲ୍ଲା ବିଜେଡି ସଂପାଦକ ପ୍ରଦୀପ ପୁରୋହିତ * ପାଟଣାଗଡ ବ୍ଲକ ଯୁବ ସଭାପତି ଆଲୋକ କୁମାର ପାଣିଗ୍ରାହୀ, ପାଟଣାଗଡ ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ଥିତିପଜ୍ଞା ପାଣିଗ୍ରାହୀ, ମାଣିକ୍ୟ ସାହୁ ଏବଂ ପାଟଣାଗଡ ଏନଏସିର ପୂର୍ବତନ କାଉନସିଲର ସନ୍ତୋଷ ମେହେର ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲା ବିଜେଡି ସଂପାଦକ ପ୍ରଦୀପ ପୁରୋହିତ, ପାଟଣାଗଡ ବ୍ଲକ ଯୁବ ସଭାପତି ଆଲୋକ କୁମାର ପାଣିଗ୍ରାହୀ, ପାଟଣାଗଡ ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ଥିତିପଜ୍ଞା ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁଅ ମାଣିକ୍ୟ ସାହୁ, ପାଟଣାଗଡ ଏନଏସିର ପୂର୍ବତନ କାଉନସିଲର ସନ୍ତୋଷ ମେହେର ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ସିଂହଦେଓ ଏବଂ ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି ।
ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ସେ କହିଛନ୍ତି । ପାଟଣଗଡ ବିଜେଡି ବିଧାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବରିଷ୍ଠ ନେତୃତ୍ୱକୁ ବିଶ୍ୱାସ କରି ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ସାମିଲ ହୋଇଥିବା ତଥା ବିଜେଡି ପୂର୍ବତନ ସଂପାଦକ ପ୍ରଦୀପ ପୁରୋହିତ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
