Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୦ତମ ସମ୍ବିଧାନ ଦିବସ ପାଳିତ

ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ :ବିଜେପି

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୬/୧୧: ଭାରତୀୟ ଜନତାପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ସମ୍ବିଧାନ ଦିବସ ପାଳନର କାର୍ଯ୍ୟକ୍ରମ ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ ସମ୍ବିଧାନ ଏବଂ ସାରା ବିଶ୍ୱରେ ଗୁରୁତ୍ୱ ବହନ କରେ । ଭାରତ ଏକ ସାର୍ବଭୌମ ସାଧାରଣତନ୍ତ୍ର ଦେଶ । ଯେ କୌଣସି ସାଧାରଣତନ୍ତ୍ରର ପରିଚାଳନା ନିମନ୍ତେ ସମ୍ବିଧାନ ଏକ ଅନିବାର୍ଯ୍ୟ ଆବଶ୍ୟକତା ।

୧୯୪୬ମସିହା ଡିସେମ୍ବର ୬ରେ ସମ୍ବିଧାନ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ଡିସେମ୍ବର ୯ରୁ ସମ୍ବିଧାନ ସଭା ତାର କାର୍ଯ୍ୟ ଆରମ୍ଭ କରିଥିଲା । ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡ.ଆମ୍ବେଦକର ସମ୍ବିଧାନର ପ୍ରଣେତାଙ୍କ ନେତୃତ୍ୱରେ ସମ୍ବିଧାନ ଲେଖା ୨ ବର୍ଷ ୧୧ମାସ ୧୮ ଦିନରେ ଶେଷ କରାଯାଇ ୧୯୪୯ମସିହା ନଭେମ୍ବର ୨୬ରେ ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା । ଏହି ଦିନକୁ ମୋଦିଙ୍କ ଶାସନରେ ୨୦୧୫ ଠାରୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଅଛି ।

Blank space

ଆମ ସମ୍ବିଧାନର ମହତ୍ୱ ପ୍ରସାର କରିବା ସମ୍ବିଧାନ ପ୍ରସ୍ତୁତି କରିବାରେ ପ୍ରମୁଖ ଯୋଗଦାନକୁ ସ୍ମରଣ କରିବା ଓ ତାଙ୍କ ବିଚାର ଆଦର୍ଶ ସମ୍ପର୍କରେ ପ୍ରସାର କରିବା ଓ ଆଗାମୀ ପିଢିକୁ ଆମ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନବନ୍ତ କରିବା ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ବୋଲି ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ କହିଥିଲେ । ଭାରତର ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ମହିଳା କିଭଳି ବିଭାଗରେ ସାମିଲ କରାଯିବ ଓ ସମସ୍ତେ ଯେପରି ମୌଳିକ ଅଧିକାରରୁ ବଂଚିତ ନହେବେ ତାହାକୁ ସମ୍ବିଧାନରେ ବିଧି ବ୍ୟବସ୍ଥାରେ ଆମ୍ବେଦକର ସ୍ଥାନିତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ମହିଳା ମାନଙ୍କୁ ସଶକ୍ତିକରଣ କରିବା ଉଜ୍ୱଳା ଗ୍ୟାସ ପରିବହନ ଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧୀକର ଦେବା ଯାହା ଆମ୍ବେଦକରଙ୍କ ସ୍ୱପ୍ନ ବା ଲକ୍ଷ୍ୟ ଥିଲା ତାହା ଅକ୍ଷରେ ଅକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଳନ କରିଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଥିଲେ ।

ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବାବା ସାହେବଙ୍କ ସଂଘର୍ଷ ହିଁ ଭାରତବର୍ଷରେ ଅସ୍ପୃଶ୍ୟ ମାନଙ୍କୁ ନୂଆ ଜୀବନ ଦେବାରେ ସମର୍ଥ ତେଣୁ ଆମ୍ବେଦକରଙ୍କ ଜଣେ ବିଶ୍ୱସ୍ତ ଅନୁଗାମୀ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷକ, ଶ୍ରମିକ, ମହିଳା ,ବଂଚିତ, ଶୋଷିତ, ଜନଜାତି, ଅନୁସୂଚିତ ଜାତି ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଆପ୍ରାଣ ଉଦ୍ୟମ କରି ଆସୁଛନ୍ତି ବୋଲି ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ କହିଥିଲେ ।

ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଶାନ୍ତ ମଲିକଙ୍କ ଅଧ୍ୟକ୍ଷତାରେ ଉକ୍ତ ସମ୍ବିଧାନ ସଭା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ନାଏକ, ବିଶ୍ୱଜିତ୍ ତନ୍ତ୍ରୀ ପ୍ରମୁଖ ଉଦବୋଧ ଦେଇଥିଲେ ।

Mo sapath

Leave A Reply

Your email address will not be published.