ଭୁବନେଶ୍ୱର: ନିରପେକ୍ଷ ଖବର:୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା
‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ତଥା ଓଡ଼ିଶାର ପୁନଃନିର୍ମାଣ ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ
ବିପିସିଏଲ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ବିପିସିଏଲ୍) ପକ୍ଷରୁ ଶ୍ରୀ ଦେବାଶିଷ ପାଲିତ, ରାଜ୍ୟ ମୁଖ୍ୟ, ରିଟେଲ (ଓଡ଼ିଶା ଓ ଝାରଖଣ୍ଡ), ଶ୍ରୀ ସଞ୍ଜୟ ଶର୍ମା, ରାଜ୍ୟ ମୁଖ୍ୟ, ଏଲପିଜି (ଓଡ଼ିଶା ଏବଂ ଝାରଖଣ୍ଡ) ଏବଂ ଶ୍ରୀ ରଞ୍ଜିତ କୁମାର ଚୈାହାନ, ମୁଖ୍ୟ ପ୍ରବନ୍ଧକ, ରିଟେଲ୍ (ଓଡ଼ିଶା), ସ୍ୱତନ୍ତ୍ର ରିଲିଫ କମିଶନର ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଶାସନ ସଚିବ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ (ଆଇଏଏସ୍)ଙ୍କୁ ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
