ବାରିପଦା(ନିରପେକ୍ଷ ଖବର)ତା-୩୦/୦୩-କରୋନା ମୁକାବିଲା ପାଇଁ ଆଗେଇ ଆସିଲେ
ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି । ସମ୍ପ୍ରତି କରୋନା ମହାମାରୀ ର ମୁକାବିଲା ପାଇଁ ସମସ୍ତେ ତତ୍ପର ଥିବାବେଳେ ମୟୁରଭଞ୍ଜ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ଲକ୍ଷ ଟଙ୍କା ପ୍ରଦାନ କରି ମୟରଭଂଜବାସୀଙ୍କ ହୃଦୟ ଜିଣିପାରିଛନ୍ତି। ବିଶ୍ବରେ ବ୍ୟାପିଥିବା ଏହି ମହାମାରୀର କରୋନା ଭାଇରସ ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ବେଳେ ଶ୍ରୀ ମହାନ୍ତିଙ୍କ ଏହିଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ କଲ୍ୟାଣ ଦୃଷ୍ଟିକୁ ନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ଓଡିଶା ରାଜ୍ୟ କୃଷି ନିଗମ ପକ୍ଷରୁ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ସ୍ୱାଗତ ଜଣାଇଛନ୍ତି। ସେ କୃଷି ଶିଳ୍ପ ନିଗମ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ପ୍ରଦାନ ଦେବା ସହ ନିଜ ଏକ ମାସର ଦରମା ରାଶି ଜିଲ୍ଲା ପ୍ରଶାସନ ଙ୍କୁ ପ୍ରଦାନ କରିଛନ୍ତି। ଏଥି ସହିତ ଗଣମାଧ୍ୟମ ମାଧ୍ୟମରେ ସେ ସମସ୍ତ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଲକଡାଉନ୍ ସମର୍ଥନ ଜଣାଇ ସୁରକ୍ଷିତ ଭାବେ ଘରେ ରୁହନ୍ତୁ।ବିନା କାରଣରେ ଘରୁ ବାହାରନ୍ତୁ ନାହିଁ।ସମସ୍ତେ ସରକାର ଙ୍କ ସଚେତନତା ପାଳନ କରନ୍ତୁ।
