Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ସୁରକ୍ଷା କର୍ମୀ ଓ ବିଏମସି କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଲେ ସ୍ୱେଚ୍ଛାସେବୀ

0

*  ୩୫୦ କର୍ମଚାରୀଙ୍କୁ ବାଣ୍ଟିଲେ ରନ୍ଧା ଖାଦ୍ୟ…

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦ ମାର୍ଚ୍ଚ – କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତାଲା ବନ୍ଦ ଯୋଗୁଁ ସହରରେ ଥିବା ସମସ୍ତ ହୋଟେଲ ,ଜଳଖିଆ ଦୋକାନ ଆଦି ବନ୍ଦ ରହିଛି । ଏହି ସମୟରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ ଉପାସରେ କାର୍ଯ୍ୟ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି କିଛି ସ୍ୱେଚ୍ଛାସେବୀ କର୍ତବ୍ୟରତ କର୍ମଚାରୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ସରକାରୀ ସହାୟତାକୁ ଅପେକ୍ଷା ନକରି ସ୍ୱେଚ୍ଛାସେବୀ ମାନେ ନିଜ ପକେଟ୍ ରୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

Blank space

ବୀର ସୁରେନ୍ଦ୍ର ସାଏ ନଗରର ଡିଏଲ୍ କଲୋନୀରେ ରହୁଥିବା କିଛି ସ୍ୱେଚ୍ଛାସେବୀ ସହରରେ ମୁତୟନ ହୋଇଥିବା ପୋଲିସ୍ , ବିଏମସି ଓ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ଓ ପାଣି ବୋତଲ ବଂଟନ କରିଥିଲେ । ଏହାସହ ରାସ୍ତାରେ ଅସହାୟ ଭାବେ ରହିଥିବା କିଛି ନିରାଶ୍ରୟଙ୍କୁ ମଧ୍ୟ ସେମାନେ ଖାଦ୍ୟ ଓ ପାଣି ଦେଇଥିଲେ । ବର୍ତମାନ ପ୍ରାୟ ୩୫୦ ଜଣଙ୍କୁ ଖାଦ୍ୟ ପୁଡିଆ ଓ ପାଣି ବୋତଲ ବଂଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବେ ବୋଲି ସେମାନେ କହିଛନ୍ତି । ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଖୁବ୍ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରଂଜନ ପାଢୀ , ନିଶାଥ ରଂଜନ ନନ୍ଦ, ହିମାଂଶୁ ଶେଖର ନାୟକ , ବୁଢା ଲେଙ୍କା , ରାଜେଶ ପଟ୍ଟନାୟକ , ଭବାନୀ ଶଙ୍କର ନାୟକ, ଯଶବନ୍ତ ନନ୍ଦୀ , ରାଜୀବ ନୟନ ରଥ, କ୍ରିଷ୍ଟେନ୍ଦୂ ସାହୁ, ସୌମ୍ୟ ରଂଜନ ମହାନ୍ତି ଓ ଦିପିନା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Mo sapath

Leave A Reply

Your email address will not be published.