ବାରିପଦା(ନିରପେକ୍ଷ ଖବର)ତା-୧୮/୦୫-ମୟୁରଭଞ୍ଜ ପାଇଁ ଖୁସି ଖବର। ସୁସ୍ଥ ହେଲେ ୪କରୋନା ଆକ୍ରାନ୍ତ। ଏ ବାବଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି ମୋଟ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରେ ମୟୂରଭଞ୍ଜରୁ ୪ ଜଣ ଅଛନ୍ତି । ସୂଚନାଯୋଗ୍ୟ ମଇ ମାସ ୭ ତାରିଖରେ ମୟୁରଭଞ୍ଜରେ ପ୍ରଥମ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲା। ଏବେ ଜିଲ୍ଲାରେ ମୋଟ 11 ଜଣ କରୋନା ରୋଗୀ କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବର୍ତ୍ତମାନ ଜିଲ୍ଲାରେ ୭ ଜଣ ରୋଗୀ ରହିଛନ୍ତି। ଯାହା ମୟୁରଭଞ୍ଜ ଜିଲ୍ଲା ପାଇଁ ଖୁସି ଖବର ବୋଲି ସାଧାରଣରେ ଆଲୋଚନା ହେଉଛି।
