* ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ଦେଲା ଓମସା
ବାରିପଦା(ନିରପେକ୍ଷ ଖବର)ତା-୧୧/୬-ସାଇ ହସପିଟାଲରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁନ ୨ ତାରିଖ ରାତିରେ ଡା ପରମେଶ୍ୱର ସିଂଙ୍କୁ ଉକ୍ତ ସାଇ ହସପିଟାଲ କତୃପକ୍ଷ ଐଶର୍ଯ୍ୟରାଜ ପତି, ଡଃ ଲାଲମୋହନ ମାଝି, ଡଃ ଲକ୍ଷ୍ମିକାନ୍ତ ପତି ମିଳିତ ଭାବେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରପିଟ କରିଥିବା ବାରିପଦା ଟାଉନଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ଓଡିଶା ମୁଣ୍ଡା ଛାତ୍ର ସଂଗଠନ (ଓମସା) ପକ୍ଷରୁ ସଭାପତି ମଙ୍ଗଲ ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବ ଜଣାଇଛନ୍ତି। ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି। ଯଦି ପୋଲିସ ଆଇନ ମୁତାବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଓମସା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କୁହାଯାଇଛି ।