ବାରିପଦା(ନିରପେକ୍ଷ ଖବର)ତା-୧୪/୦୬-ରବିବାର ପହିଲି ରଜରେ ଜିଲ୍ଲାରୁ ପୁଣି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି।ବାଙ୍ଗିରିପୋଷି, ରରୁଆ,ଗୋପବନ୍ଧୁନଗର, ବଡ଼ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ରାସଗୋବିନ୍ଦପୁର ଅଞ୍ଚଳରୁ ଦୁଇ ଜଣ,କୁସୁମୀ ବ୍ଲକରୁ ତିନି ଜଣ ଓ ବାରିପଦା ଅଞ୍ଚଳରୁ ୪ଜଣ ଲେଖାଏଁ ଆକ୍ରାନ୍ତ ଚିନ୍ହଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସଙ୍ଗରୋଧ କେନ୍ଦ୍ରରୁ ଚିନ୍ହଟ ହୋଇଥିବା ୮ ଜଣଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରୁ ତିନି ଜଣ, ମହାରାଷ୍ଟ୍ରରୁ ଦୁଇ ଜଣ, ତାମିଲନାଡ଼ୁରୁ ଦୁଇ ଜଣ ଓ ଛତିଶଗଡ଼ରୁ ଜଣେ ଲେଖାଏଁ ଫେରିଥିଲେ।ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିନ୍ହଟ ହୋଇଥିବା ୫ଜଣ ମଧ୍ୟରୁ ବାରିପଦା ବ୍ଲକରୁ ଜଣେ,ଗୋପବନ୍ଧୁ ନଗର ବ୍ଲକରୁ ଜଣେ ଓ ବାରିପଦା ପୌରପାଳିକା ଅଞ୍ଚଳର ୩ଜଣ କାର୍ଯ୍ୟରତ ଥିବା କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ପ୍ରଦାନ କରାଯାଇଛି।


ଏମାନଙ୍କ ସମସ୍ତଙ୍କର ସ୍ୱାବ ନମୁନା ପରୀକ୍ଷଣ ହେବାପରେ କରୋନା ପଜିଟିଭ ଥିବା ଜଣାପଡିଥିଲା।ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କୁ ଚିନ୍ହଟ ପ୍ରକ୍ରିୟା ଜାରି ରହିଛି।ପୂର୍ବରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର ହୋଇସାରିଥିବା ବେଳେ ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ଛୁଇଛି।ସେହିପରି ଜିଲ୍ଲାର ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ପ୍ରଦାନ କରାଯାଇଛି।ଜିଲ୍ଲାରୁ ୮୪ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୩୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ମୟୁରଭଞ୍ଜରେ ଲଗାତାର ଭାବେ କରୋନା ପଜେଟିଭି ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଲୋକମାନେ କରୋନା କଟକଣାକୁ ଫୁ କରି ଉଡାଇ ଦେଉଥିବା ଅଭିଯୋଗ ହେଉଛି।

