
ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ କେହି ଅପହରଣ କରି ନାହାଁନ୍ତି ବରଂ ଆମେ ନିଜ ଇଚ୍ଛାରେ ଭୁବନେଶ୍ୱରକୁ ଆସି ବିଜେଡିରେ ସାମିଲ ହୋଇଛୁ। ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଜିଲ୍ଲାପରିଷଦ ସଭ୍ୟା। ସୂଚନାଯୋଗ୍ୟ ବରଗଡର ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କୁ ଅପହରଣ କରାଯାଇଥିବା ନେଇ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇ ନେବାକୁ କହି ସେମାନଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ ହୋଇଥିଲା। ଏନେଇ ଗତକାଲି (ଶନିବାର) ରାଜ୍ୟ ରାଜଧାନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ଘୋଡା ବେପାର କରୁଥିବା ଅଭିଯୋଗ ଆଣିଥିଲେ ।ବିଜିପି ଅଭିଯୋଗ କରିବାର ଗୋଟେ ଦିନ ପରେ ଏହି ଘଟଣାର ନୂଆମୋଡ଼ ଆସିଛି। ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ କେହି ଲୁଚାଇ ରଖି ନ ଥିଲେ ବରଂ ସେମାନେ ନିଜ ଇଚ୍ଛାରେ ବିଜେପି ଦଳ ଛାଡି ବିଜେଡିରେ ମିଶିଛନ୍ତି ବୋଲି ଆଜି ଗଣମାଧ୍ୟମ ଆଗରେ ସଦସ୍ୟାମାନେ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୋଧରେ ବିଜେପି ଯେଉଁ ଅଭିଯୋଗ ଆଣିଛି ସେସବୁ ସଂପୂର୍ଣ୍ଣ ମିଛ । ବିଜେପିରୁ ଇସ୍ତଫା ଦେଇ ଗତ ମାର୍ଚ ମାସରେ ବିଜେଡିରେ ସାମିଲ ହୋଇଥିଲେ ବୋଲି ନିଜେ ଜିଲ୍ଲାପରିଷଦ ସଦସ୍ୟାମାନେ ଶିକାର କରିବା ପରେ ଏ ଘଟଣାର ପୂର୍ଣ୍ଣଛେଦ ପଡିଛି
