ମାଲକାନଗିରି,ନିରପେକ୍ଷ ଖବର[ନାରାୟଣ ପଢ଼ିଆରୀ]:ତା ୦୪/୦୭: ସଟଡାଉନରେ ମାଲକାନଗିରି ଜିଲ୍ଲାରେ ଗଡ଼ିଲାନି ଗାଡି। ଦୋକାନ ବଜାର ସବୁ ବନ୍ଦ। ଚାରିଆଡେ ଖାଲି ଶୁନଶାନ।କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଶେଷ କରି ମାଲକାନଗିରି ମ୍ୟୁନିସିପାଲଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସଂକ୍ରମଣ ରୋକିବା ପାଇଁ ମାଲକାନଗିରି ସମେତ ରାଜ୍ୟରେ10ଟି ଜିଲ୍ଲାକୁ ଜୁଲାଇ ମାସର ପ୍ରତ୍ୟକ ଶନିବାର ଓ ରବିବାରକୁ ସଟଡାଉନ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ଓ ସଟ୍ ଡାଉନ୍ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷ୍ ଅଗ୍ରୱାଲ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସହରର ପ୍ରତ୍ୟେକ ଛକରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ସେପଟେ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀମାନେ ଘର ଘର ବୁଲି କାହାର କିଛି କରୋନା ସଂକ୍ରମଣର ଲକ୍ଷଣ ଅଛି କି ନାହିଁ ତାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଏହି ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଉତ୍ସ।ହିତ କରିବା ସହ ସେମାନଙ୍କୁ ଠିକରେ କାର୍ଯ୍ୟ ସମ୍ପାଦନ କରିବାକୁ ମାଲକାନଗିରି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

