ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ଏମିତି ବି ମୃତ୍ୟୁ ଆସିଥାଏ,ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ। ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଘଟଣାସ୍ଥଳରୁ ପ୍ରକାଶ ଯେ ଡ୍ରାଇଭର ଜଣକ ସେହି ଢାବା ନିକଟରେ ଟ୍ରକ( HR-55AC-1972)କୁ ଠିଆ କରି ଢ଼ାବାକୁ ଆସିଥିଲେ।ସେଠାରେ ସେ ପାଣି ପିଇବା ପାଇଁ ମାଗିଥିଲେ।କିନ୍ତୁ ପାଣି ପିଇସାରିବା ପରେ ପାଖରେ ଥିବା ଖଟିଆରେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଆବାକ ହୋଇଯାଇଥିଲେ, ଏବଂ ସେ ଚାଳକ ଜଣକୁ ଡାକ ପକାଇଥିଲେ।କିନ୍ତୁ ସେ କିଛି ଶୁଣି ନଥିଲେ।ସେତେବେଳକୁ ସେମାନେ ଜାଣିବାକୁ ପାଇଥିଲେ ଯେ ଚାଳକ ଜଣକ ପ୍ରାଣବାୟୁ ଉଡିଯାଇଛି । ଚାଳକଙ୍କ ଏ ଅବସ୍ଥା ଦେଖି ଲୋକମାନେ ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ଖବର ପାଇ ସଦଳବଳେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ।ପ୍ରାଥମିକ ତଦନ୍ତରୁ ମୃତକଙ୍କ ନାମ ଆନନ୍ଦ ବୋଲି ଜାଣିବାକୁ ମିଳିଥିଲା। ଏହାକୁ ନେଇ ଝାରପୋଖରୀଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

