ବାରିପଦା(ନିରପେକ୍ଷ ଖବର)ତା-୧୮/୦୭-ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି।ପୂର୍ବରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ପରୀକ୍ଷଣ ସେବା ଆରମ୍ଭ ହୋଇଯାଇଥିବା ବେଳେ ଗତ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହୋଇଯାଇଛି।ପିଆରଏମ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀମାନଙ୍କ ଠାରେ କୋବିଡ ଯୁକ୍ତ କୋଣସି ଲକ୍ଷଣ ଦେଖା ଯାଉଥିଲେ,ଏହି ପରୀକ୍ଷଣ କରାଯିବ।ଏଥି ସହିତ ଡେଲିଭରି ଅଥବା ସର୍ଜରୀ ନିମନ୍ତେ ଆସୁଥିବା ରୋଗୀଙ୍କୁ ଅସ୍ତ୍ରୋପଚାର ଗୃହକୁ ଭିତରକୁ ଯିବା ପୂର୍ବରୁ ପ୍ରଥମେ ସେମାନଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି।ପରୀକ୍ଷଣ ରିପୋର୍ଟରେ ପଜିଟିଭ ମିଳିଲେ ସେମାନଙ୍କୁ ସଂକ୍ରମିତ କରାଇବା ପୂର୍ବରୁ କୋବିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ଏହି ରାପିଡ ଆଣ୍ଟିଜେନ ଟେଷ୍ଟଟି ପିଆରଏମ ହସ୍ପିଟାଲରେ ଆରମ୍ଭ ହୋଇ ଯାଇଥିବା ବେଳେ ଏହା କୋଭିଡ଼ ସଂକ୍ରମଣ ମାତ୍ରା ହ୍ରାସ କରିବାରେ ବହୁତ ସୁବିଧା ଜନକ ହେବ।

