ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-କରୋନାକୁ ହରାଇଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ। ଗତ ମେ ମାସ ୨୧ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଥିବା ସମୟରେ କାରୁହରୀ ମାଝୀ ମହାମାରୀ କରୋନାରେ ସଂକ୍ରମଣ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଦୀର୍ଘଦିନ ଧରି କରୋନା ସହିତ ଲଢେଇ କରି ସୁସ୍ଥ ହୋଇଛନ୍ତି। କରୋନାକୁ ହରାଇ ସୋମବାର ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହାବିଲଦାର ଜଣଙ୍କ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ଉଦଳା ପୋଲିସ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି।ସୂଚନାଯୋଗ୍ୟ, କାରୁହରୀ ଗତ ୨୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ୨ ତାରିଖରେ ସେ ସୁସ୍ଥ ହୋଇ ୧୫ ଦିନ ବାରିପଦାଠାରେ ପୋାଲିସ ପକ୍ଷରୁ ହୋଇଥିବା ସଙ୍ଗରୋଧ ଗୃହରେ ରହିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗତ ୧୭ ତାରିଖରେ ସେ ଘରକୁ ଯାଇଥିଲେ।ଘରେ କିଛି ଦିନ ରହିବା ପରେ ସୋମବାର ସେ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ କେଦାର ନାଥ ସାହୁ, ଉଦଳା ଥାନାଧିକାରିଣୀ ରୀନା ବେହେରା ଓ ପୋଲିସ କର୍ମଚାରୀ ମାନେ ସୁସ୍ଥ ହୋଇ ଫେରିଥିବା ହାବିଲଦାର ଜଣକୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ।ଏନେଇ ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ ଟ୍ୱିଟ କରି ହାବିଲଦାର ଜଣଙ୍କ ପୁଣିଥରେ କାର୍ଯ୍ୟରେ ଯୋଗ ଦେବାରୁ ସେ ଗର୍ବ ଅନୁଭବ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

