
ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-ଏସଟିଏଫ ଦ୍ୱାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନ ସୁଗାର ବ୍ୟବସାୟୀକୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୈରାଜଜଙ୍କ କୋର୍ଟରେ ହାଜର କରାଯାଇଛି।ଗିରଫ ଅଭିଯୁକ୍ତ ବାରିପଦା ଚିପଟ ଅସ୍ତିଆ ଅଂଚଳର ସେକ ଆସିଫଙ୍କୁ ଏସ ଟି ଏଫ ର ସ୍ୱତନ୍ତ୍ର ଟିମ୍ ବାରିପଦା କୋର୍ଟରେ ହାଜର କରିଛନ୍ତି।ରବିବାର ଦିନ କ୍ରାଇମବ୍ରାଂଚର ଏସ.ଟି.ଏଫ. ଟିମକୁ ମୟୂରଭଞ୍ଜ ଜିଲ୍ଲାରେ ମିଳିଥିଲା ଏହି ବଡ ସଫଳତା । ରବିବାର ସକାଳ ପ୍ରାୟ ୫ଘଟିିକା ସମୟରେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା କିଛି ଯୁବକ ଜାତୀୟ ରାଜପଥ ୧୬ ନମ୍ବରରେ ଯାଉଥିବା ବେଳେ କୁଳିଅଣା ଛକ ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଂଚର ଏସ.ଟି.ଏଫ. ଟିମ ଚଢାଉ କରି ୩ କିଲୋ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହିତ ଜଣକୁ ଗିରଫ ମଧ୍ୟ କରିବାରେ ସକ୍ଷମ ହୋଇଥିଲା ।


ସେ ବ୍ରାଉନ ସୁଗାର ଡିଲର ବୋଲି କୁହାଯାଉଥିବା ବେଳେ ତଲାସି ସମୟରେ ଅନ୍ୟ ସହଯୋଗୀ ମାନେ ଖସିଯାଇଥିଲେ।ଏସଟିଏଫ ଦ୍ୱାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନ ସୁଗାର ବ୍ୟବସାୟୀକୁ ୪ ଦିନିଆ ରିମାଣ୍ଡରେ ନେଲା ଏସ ଟି ଏଫ ଟିମ୍। ଆଜି ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୈରାଜଜଙ୍କ କୋର୍ଟ ରେ ହାଜର କରାଯାଇଥିଲା। ଏସ ଟି ଏଫ ର ଏକ ସ୍ୱତନ୍ତ୍ର ଟିମ୍ ଡି ଏସ ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ବରେ ଅଭିଯୁକ୍ତ ସେଖ ଆସିଫକୁ କୋର୍ଟରେ ହାଜର କରିଥିଲେ।
