ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୦୭/୨୦୨୦ ରାଜ୍ୟରେ ଆଜି ଗୋଟିଏ ଦିନରେ ୧୨୬୪ ଜଣ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ।ଏମାନଙ୍କୁ ମିଶାଇ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୨୧୦୯୯ ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୪୭ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୩୭, ରାୟଗଡ଼ା ଜିଲ୍ଲାରୁ ୮୪, ଗଜପତି ଜିଲ୍ଲାରୁ ୭୪ , ନୟାଗଡ଼ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୬୦, କଟକ ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୨୯, କୋରାପୁଟ ଜିଲ୍ଲାରୁ ୨୭, କେନ୍ଦୁଝର ଜିଲ୍ଲାରୁ ୨୫, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରୁ ୭ ଜଣ , ବରଗଡ଼ ଜିଲ୍ଲାରୁ ୨୪, ପୁରୀ ଜିଲ୍ଲାରୁ ୨୨, ସମ୍ବଲପୁର ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୧୭, ମୟୂରଭଞ୍ଜ ଜିଲ୍ଲାରୁ ୧୫, ବାଲେଶ୍ବର ଜିଲ୍ଲାରୁ ୯ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ୬, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



