ନିଆଳି,ନିରପେକ୍ଷ ଖବର:ତା ୩୦/୦୭ ନିଆଳି ର ମନୋରଞ୍ଜନ ଶିଳ୍ପାନୁଷ୍ଠାନ ‘ରିମା କ୍ରିଏସନ’ ର ଟୋଲା ଗୋପୀନାଥ ପୁର ଗ୍ରାମ ସ୍ଥିତ ପ୍ରକଳ୍ପ ଠାରେ ଓଡ଼ିଶାର ସୁଦକ୍ଷ ଅଭିନେତା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ସ୍ବର୍ଗତ ବିଜୟ ମହାନ୍ତି ଙ୍କ ର ଏକା ଦଶାହ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ପ୍ରଥମେ ତାଙ୍କର ସ୍ମୃତି ରକ୍ଷା ପାଇଁ ପ୍ରକଳ୍ପ ସ୍ଥାନରେ ବୃକ୍ଷ ରୋପଣ କରା ଯାଇଥିଲା,ଏହା ପରେ ରୀମା କ୍ରିଏସନ୍ କାର୍ଯ୍ୟାଳୟ ର ମିଟିଂ ହଲ୍ ରେ ଅଧକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ପୌରହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଏହି କ୍ରିଏ ସନ୍ ର ଟେକ୍ନିକାଲ ମୁକ୍ଷ୍ୟ ଶ୍ରୀଯୁକ୍ତ ପୀତବାସ ସେନାପତି ସ୍ବର୍ଗତ ବିଜୟ ମହାନ୍ତି ଙ୍କ ଗୁଣଗାନ କରି ତାଙ୍କର ଛାତ୍ର ଭାବରେ ନିଜର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ,ପରେ ସ୍ଥାନୀୟ ସରପଞ୍ଚ ଶ୍ରୀ ସର୍ବେଶ୍ଵର ରାଉତ ଙ୍କ ସହିତ,ପ୍ରଶାନ୍ତ ମହାନ୍ତି ନାଟ୍ୟ ନିର୍ଦ୍ଦେଶକ,ନୟା ହାଟ ର ମନୋଜ ମିଶ୍ର,ସୋମନାଥ ଗ୍ରାମାଟିକ୍ କ୍ଲବ୍ ର ଚରଣ ପଣ୍ଡା,ମାଧବ ମହାବୀର କ୍ଲବ୍,ବେଲେଶ୍ୱର ଗ୍ରାମା ଟିକ କ୍ଳବ୍ ,ତାମ୍ପଦା କାର୍ତିକେଶ୍ୱର ଡ୍ରାମା ଟିକ କ୍ଳବ୍,ତାମ୍ପଡ଼ା ଲକ୍ଷ୍ମୀପୂଜା କମିଟି,କପାସି ସାଧୁବାବା ଡ୍ରାମା ଟିକ କ୍ଳବ୍, ତିହୁଡି କିଶୋର କ୍ଳବ୍, କୁଳ ଜଲ୍ଲାରପୁର୍ ନେତାଜୀ ଡ୍ରାମା ଟିକ କ୍ଳବ୍,ବାରୀମୁଣ୍ଡ ଜୟ ଯୋତି ଡ୍ରାମା ଟିକ କ୍ଳବ୍ ର ସଭ୍ୟ ଙ୍କ ସମେତ ପୂର୍ବତନ ବି.ଏସ .ଏନ୍.ଏଲ ର କର୍ମ ଚାରି ଭ୍ରମର ସାହୁ, ନିଆଳି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଯୋଗେନ୍ଦ୍ର ସାହୁ ଓ କଳାକାର ଅର୍ଜୁନ ମିଶ୍ର ପ୍ରଭୃତି ସ୍ବର୍ଗତ ବିଜୟ ମହାନ୍ତି ଙ୍କ ଫୋଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ନିଜର ବକ୍ତବ୍ୟ ରଖି ଥିଲେ।ରୀମା କ୍ରିଏସନ୍ ର ଉପାଧ୍ୟକ ସୌମ୍ୟ ରଞ୍ଜନ ମିଶ୍ର ଙ୍କ ନିର୍ଦ୍ଦେଶରେ କ୍ରିଏସନ୍ ପ୍ରଡକ୍ସନ ହେଡ ପବିତ୍ର କୁମାର୍ ସାହୁ(ଦିଲିପ୍) ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ଗୁଡ଼ିକୁ ପାରି ଚାଳନା କରି ଥିଲେ।
