ବାରିପଦା(ନିରପେକ୍ଷ ଖବର)ତା-୦୫/୦୮-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ମହତ୍ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ବୁଧୁବାର ସନ୍ଧ୍ୟା ୬ଟାରେ ନୀରବ ପ୍ରାର୍ଥନା କରିବା ପାଇଁ କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ସ୍ଥାନରେ ଏହା ପାଳନ କରାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ କରୋନା ଯୁଦ୍ଧରେ ସମାଜ ପାଇଁ ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧାଙ୍କ ସମ୍ମାନ ଜଣାଇବା ପାଇଁ ମୟୁରଭଞ୍ଜ ବିଜେଡି ସଦର ସଭାପତି କାଶୀନାଥ ହେମ୍ବ୍ରମଙ୍କ ସମେତ ବିଜେଡି ନେତା ଦୀପକ ମିଶ୍ର, ତୁଶୀଲ ହେମ୍ବ୍ରମ,ଯୁବନେତା ଦିପ୍ତୀମାନ ବଳ,ଗଣେଶ ମିଶ୍ର,ଛାତ୍ର ନେତା ବିକାଶ ମହାନ୍ତ, ଗତିକୃଷ୍ଣ ମହାନ୍ତ, କମଲେଶ ବଳ, ବସନ୍ତ ଟିପୁରିଆ ପ୍ରମୂଖ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ଏଥି ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି କରୋନା ଯୋଧ୍ୟାଙ୍କୁ ସମ୍ମାନିତ କରିଛନ୍ତି।

