ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଲଘୁ ଖଣିିଜ ଦ୍ରବ୍ୟ ଚୋରା ଚାଲାଣକୁ ବିରୋଧ କରି ବିଧାୟକ ସାଂସଦଙ୍କ ଧାରଣା
ବାରିପଦା(ନିରପେକ୍ଷ ଖବର) ତା-୦୬/୦୮– ବାଲି ଓ ମୋରୋମ ମାଫିଆ ମାନେ ଏବେ ଶାସକ ଦଳ ନେତା ମନ୍ତ୍ରୀ ପ୍ରସାଶନିକ ଅଧିକାରୀଙ୍କୁ ହାତେଇ କୋଟି କୋଟି ଟଙ୍କାର ଲଘୁ ଖଣିିଜ ଦ୍ରବ୍ୟ ଚୋରା ଚାଲାଣ କରି ମୁନାଫା କମାଉଛନ୍ତି।ସାରା ଜିଲ୍ଲାରେ ଏହିଭଳି ଚାଲିଥିବା ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣାରେ ବସିଛନ୍ତି।ଏଥିରେ ଜିଲ୍ଲା ସଭାପତି (ପୂର୍ବ) କାନ୍ଦ୍ରା ସୋରେନ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ସାଂସଦ ଇଂ ବିଶେଶ୍ୱର ଟୁଡୁ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ ପ୍ରମୂଖ ବହୁ ବିଜେପି ନିର୍ବାଚିତ ପ୍ରତିନିଧି ଏବଂ ଦଳୀୟ କର୍ମକର୍ତା ମାନେ ଯୋଗ ଦେଇଛନ୍ତି। ମୋରୋମ ଗାଡିରୁ ବେଆଇନ ଭାବରେ ଅର୍ଥ ଦାବୀ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ପୂର୍ବତନ ବେତନଟି ତହସିଲଦାର ଅନୀଷା ଦାସଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଜିଲ୍ଲାର ସମସ୍ତ ଚୋରା ଖଣିିଖାଦାନ ଉପରେ ବିଧିବଦ୍ଧ ତଦନ୍ତ କରାଯାଇ ବନ୍ଦ କରାଯିବା ଆଦି ଦାବୀରେ ବିଜେପି ବିଧାୟକ ସାଂସଦ ଓ ନେତା ମାନେ ଧାରଣାରେ ବସିିଥିବାର ଜଣାଯାଇଛି ।