
ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-ପୁଣି ନିଷ୍ଠୁର ସାଜିଲା ମାଆ। ୧୦ ଦିନର ଶିଶୁ କନ୍ୟାକୁ ଡାକ୍ତରଖାନା ବାରଣ୍ଡାରେ ଛାଡି ଦେଲା ମା। ଏମିତି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି କିଛି ଦିନ ତଳେ ଜଣେ ନବଜାତକ ଶିଶୁକୁ ଜନ୍ମ କରି ଜଙ୍ଗଲରେ ଫିଙ୍ଗି ଦେବା ଘଟଣା ମନରୁ ନ ନିଭୁଣୁ ପୁଣି ମୟୁରଭଞ୍ଜରେ ଏ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ସ୍ୱାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଅଜଣା ଦଶ ଦିନର ଶିଶୁ ଉଦ୍ଧାର ହୋଇଛି। ଶିଶୁର ପିତା ମାତା ଙ୍କର ପରିଚୟ ମିଳି ପାରି ନଥିବା ବେଳେ ଡାକ୍ତର କିମ୍ବା କୌଣସି କର୍ମଚାରୀ କିଛି ବି ଦେଖି ନ ଥିବା କହିଛନ୍ତି।ସୂଚନା ଅନୁସାରେ ସୋମବାର ଅପରାହ୍ନ ୪ଟା ସମୟରେ ୮-୧୦ ଦିନର ଶିଶୁ କନ୍ୟା କୁ କେହି ଛାଡି ଚାଲି ଯାଇଛନ୍ତି। ବେତନଟୀ ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳଙ୍କୁ ଜଣେଇ ଦିଆଯାଇଛି। ହସ୍ପିଟାଲରେ ଲାଗିଥିବା ସି ସି ଟିଭି ଯାଞ୍ଚରୁ ସଠିକ ତଥ୍ୟ ମିଳିପାରିବ ବୋଲି ସୂଚନା ମିଳିଛି। ଶିଶୁଟିକୁ ଦେଖିବା ପାଇଁ ମେଡିକାଲ ପରିସରରେ ଗହଳି ଲାଗିଛି। ମେଡିକାଲ ବାରଣ୍ଡାରେ କିଏ ଓ କାହିଁକି ଶିଶୁଟିକୁ ଛାଡ଼ିଦେଇ ଚାଲିଗଲା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି।
