ବାରିପଦା(ନିରପେକ୍ଷ ଖବର) ତା-୧୯/୦୮-ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବାଣିଜ୍ୟର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି। ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ କାର୍ଯ୍ୟାଳୟ,ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି।ଚଳିତବର୍ଷ ଉତ୍ତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାସ ହାର ୭୨.୩୭ ପ୍ରତିଶତ ରହିଛି। ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୭୦.୯୮ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ୭୬.୪୭, କେନ୍ଦୁଝର ଜିଲ୍ଲାର ୬୫.୯୪ ଓ ଭଦ୍ରକ ଜିଲ୍ଲାର ୭୬.୧୦ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ ଉପ ସଚିବ ଜୟଦେବ ପାରାମାଣିକ ସୂଚନା ପ୍ରଦାନ କରିଛନ୍ତି। ଯୁକ୍ତ ଦୁଇ ବାଣିଜ୍ୟରେ ମୟୁରଭଞ୍ଜ ଜିଲ୍ଲାର ସମୁଦାୟ ପରୀକ୍ଷା କେନ୍ଦ୍ରରେ ୯୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୬୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩୫ ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୫୧ ଜଣ, ତୃତୀୟ ଶ୍ରେଣୀରେ ୩୭୬ ଜଣ ଓ ଜଣେ କମ୍ପାଟମେଟାଲରେ ପାସ କରିଥିବାର ସୂଚନା ପ୍ରଦାନ କରାଯାଇଛି।

