ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ମୟୁରଭଞ୍ଜ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏହି କଟକଣା ଜିଲ୍ଲାର ସର୍ବତ୍ର ଲାଗୁ କରାଯାଇଛି। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ବାରିପଦା ସହର ପୁରାତନ ଲାଲବଜ଼ାର ରାଜା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜାକୁ ନେଇ ଉତ୍ସାହିତ ଥିବା ବେଳେ କଟକଣାକୁ ନେଇ ପାଳିତ ହୋଇ ପାରୁନାହିଁ। ତେବେ ପୂଜା କମିଟିର ସଦସ୍ୟ ରୂପମ ସ୍ୱାଇଁ କହିବା ଅନୁଯାୟୀ ବହୁ ଦିନରୁ ଚାଲି ଆସୁଥିବା ଏହି ଗଣେଶ ପୂଜା ଏହି ବର୍ଷ କରୋନା ପାଇଁ ବାଧାପ୍ରାପ୍ତ ହୋଇଛି। କରୋନା ପାଇଁ ପ୍ରଶାସନ ନିଷ୍ପତ୍ତିରେ ସହମତ ହୋଇ ନୀତିକ୍ରାନ୍ତି ପାଳନ ପୂର୍ବକ ପୂଜା କରିବୁ।
